ବରଗଡ: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ବରଗଡ ଜିଲ୍ଲାର ବାରିକ ମହାସଂଘ । ଜିଲ୍ଲା ଗ୍ରୀନ ଜୋନରେ ଆସିବା ପରେ ସମସ୍ତ ଦୋକାନ ବଜାର ଖୋଲିବାକୁ ଅନୁମତି ଦିଆଗଲା । ମାତ୍ର ସେଲୁନ ଏବଂ ବିଉଟିପାର୍ଲରକୁ କଟକଣା ଲଗାଯାଇଥିବା ବିରୋଧରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କାଲେ ବାରିକ ସଂଘ ।
ସେଲୁନ ଓ ବିଉଟି ପାର୍ଲର ଖୋଲିବାକୁ ବାରିକ ସଙ୍ଘର ଦାବି - District Barik Sangha
ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ବରଗଡ ଜିଲ୍ଲାର ବାରିକ ମହାସଂଘ । ସେଲୁନ ଏବଂ ବିଉଟିପାର୍ଲରକୁ କଟକଣା ଲଗାଯାଇଥିବା ବିରୋଧରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ । ଅଧିକ ପଢନ୍ତୁ...
ସଂକ୍ରମଣ ରୋକିବା ପାଇଁ ଦୀର୍ଘ ଦିନରୁ ହୋଇଥିବା ଲକଡାଉନ ଗତ 17 ତାରିଖରୁ ବରଗଡ ଜିଲ୍ଲାରେ ଅନଲକ ହୋଇ କୋଭିଡ଼ କଟକଣା କୋହଳ ହୋଇଛି | ସକାଳ 6 ଟାରୁ ସନ୍ଧ୍ୟା 5 ଟା ପର୍ଯ୍ୟନ୍ତ ସମସ୍ତ ଦୋକାନ ବଜାର ଖୋଲା ରହିବାର ନୂତନ ଗାଇଡଲାଇନ କରାଯାଇଛି । କିନ୍ତୁ ସେଲୁନ ଏବଂ ବିଉଟି ପାର୍ଲର ଗୁଡିକ ବନ୍ଦ ରଖାଯାଇଛି । ଯାହାକୁ ନେଇ ଜିଲ୍ଲା ବାରିକ ମହାସଂଘ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଏନେଇ ଜିଲ୍ଲାର 12 ଗୋଟି ଯାକ ବ୍ଲକରୁ ବହୁ ସଂଖ୍ୟାରେ ବାରିକ ସଂଘର ସଦସ୍ୟ ମାନେ ଆସି ବରଗଡ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନଶନ କରିଥିଲେ । ଏବଂ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ । ତେବେ ସରକାର ଯଦି ସେଲୁନ ଖୋଲିବାର ଅନୁମତି ନଦେଉଛନ୍ତି ତାହାହେଲେ ବଡ ଧରଣର ଆନ୍ଦୋଳନ କରାଯିବ ବୋଲି ବାରିକ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି ।
ବରଗଡରୁ ରାଜେସ ସରାପ, ଇଟିଭି ଭାରତ