ଓଡିଶା

odisha

ETV Bharat / state

ବରଗଡ ସିମେଣ୍ଟ କାରଖାନାରେ ଥମୁନି ଶ୍ରମିକ-କର୍ମଚାରୀ ବିବାଦ - ACC cement Labour protest

ACC ସିମେଣ୍ଟ କାରଖାନା ମୁଖ୍ୟ ଫାଟକ ସାମ୍ନାରେ ଶ୍ରମିକଙ୍କ ଆନ୍ଦୋଳନ ଜାରି ରହିଛି । ଅଧିକ ପଢନ୍ତୁ...

Dimanding due money, Bargarh ACC cement Labour protest continue
ବରଗଡ ସିମେଣ୍ଟ କାରଖାନାରେ ଥମୁନି ଶ୍ରମିକ-କର୍ମଚାରୀ ବିବାଦ

By

Published : Jun 26, 2020, 5:45 AM IST

ବରଗଡ: ACC ସିମେଣ୍ଟ କାରଖାନାରେ ଦୀର୍ଘ ଦିନଧରି ଲାଗିରହିଥିବା ଶ୍ରମିକ ଓ କାରଖାନା କର୍ମଚାରୀଙ୍କ ମଧ୍ୟରେ ବିବାଦ ଥମିବାର ନାମ ନେଉନାହିଁ | କାରଖାନା ମୁଖ୍ୟ ଫାଟକ ସାମ୍ନାରେ ଶ୍ରମିକଙ୍କ ଆନ୍ଦୋଳନ ଜାରି ରହିଛି । ସ୍ଥାନୀୟ ପୋଲିସ ଏବଂ ଜିଲ୍ଲା ପ୍ରଶାସନ ମଧ୍ୟ ସମାଧାନ ପ୍ରୟାସରେ ବିଫଳ ହୋଇଛନ୍ତି |

ବରଗଡ ସିମେଣ୍ଟ କାରଖାନାରେ ଥମୁନି ଶ୍ରମିକ-କର୍ମଚାରୀ ବିବାଦ

ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ବିବାଦର ସମାଧାନ ପାଇଁ ପୋଲିସ ଏବଂ ଖୋଦ ଉପଜିଲ୍ଲାପାଳ କାରଖାନାରେ ପହଞ୍ଚି ଉଭୟ ଶ୍ରମିକ ଏବଂ କାରଖାନା କର୍ତୃପକ୍ଷଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ । ମାତ୍ର କାରଖାନା ପକ୍ଷରୁ ଆକ୍ରମଣକାରୀ ଶ୍ରମିକମାନଙ୍କୁ ଆଦୌ କାରଖାନା ଭିତରକୁ ପ୍ରବେଶ ପାଇଁ ଅନୁମତି ଦିଆଯିବ ନାହି ବୋଲି ମନା କରି ଦିଆଯାଇଥିଲା |

କର୍ମଚାରୀଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ କରି କାରଖାନା କର୍ତୃପକ୍ଷ ଜିଦରେ ଅଟଳ ରହିଛନ୍ତି । ଅନ୍ୟପଟେ ଶ୍ରମିକ ମାନେ ଲକଡାଉନର ବକେୟା ଅର୍ଥ ପ୍ରଦାନ ସହ କାମ ଦେବା ଜିଦରେ ଅଟଳ ରହିଛନ୍ତି । ଦାବି ପୂରଣ ନହେବା ପର୍ଯ୍ୟନ୍ତ ସେମାନେ ଆନ୍ଦୋଳନରୁ ହଟିବେ ନାହିଁ ବୋଲି କହିଛନ୍ତି । ଏପରି ସ୍ଥିତିରେ ସମାଧାନର ରାସ୍ତା ଖୋଜିବାରେ ଜିଲ୍ଲା ପ୍ରଶାସନ ପାଇଁ କଷ୍ଟକର ହୋଇପଡିଛି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ABOUT THE AUTHOR

...view details