ଓଡିଶା

odisha

ETV Bharat / state

ବ୍ୟାପକ ସୁରକ୍ଷା ବ୍ୟବସ୍ଥା ସହ ଆରମ୍ଭ ହେଲା ବିଶ୍ବପ୍ରସିଦ୍ଧ ଧନୁଯାତ୍ରା

ଆରମ୍ଭ ହୋଇଛି ବିଶ୍ବପ୍ରସିଦ୍ଧ ଧନୁଯାତ୍ରା । କଡାକଡି ସୁରକ୍ଷା ବ୍ୟବସ୍ଥା ସହ ଆରମ୍ଭ ହୋଇଛି ସାଂସ୍କୃତିକ ଶୋଭାଯାତ୍ରା। ଜାଣନ୍ତୁ ପ୍ରଥମ କାର୍ଯ୍ୟକ୍ରମ ବିଷୟରେ...

Dhanuyatra started in bargarh
ବ୍ୟାପକ ସୁରକ୍ଷା ବ୍ୟବସ୍ଥା ସହ ଆରମ୍ଭ ହେଲା ବିଶ୍ବପ୍ରସିଦ୍ଧ ଧନୁଯାତ୍ରା

By

Published : Dec 31, 2019, 9:22 PM IST

ବରଗଡ: ଆରମ୍ଭ ହୋଇଛି ବିଶ୍ବପ୍ରସିଦ୍ଧ ଧନୁଯାତ୍ରା । କଡାକଡି ସୁରକ୍ଷା ବ୍ୟବସ୍ଥା ସହ ଆରମ୍ଭ ହୋଇଛି ସାଂସ୍କୃତିକ ଶୋଭାଯାତ୍ରା। ବରଗଡ ଗାନ୍ଧୀଛକ ଠାରେ ଜିଲ୍ଲପାଳ ଜ୍ୟୋତିରଞ୍ଜନ ପ୍ରଧାନ ଓ ଏସପି ପଦ୍ମିନୀ ସାହୁ ଏହି ଶୋଭାଯାତ୍ରାର ଶୁଭାରମ୍ଭ କରିଥିଲେ। ପରେ ଏହି ସାଂସ୍କୃତିକ ଦଳ ସହର ପରିକ୍ରମା କରିଥିଲେ।


ପରମ୍ପରା ଅନୁଯାୟୀ ପ୍ରଥମେ ତଳିପଡା ସ୍ଥିତ ମାଁ ସମଲେଶ୍ବରୀ ମନ୍ଦିର ପର୍ଯ୍ୟନ୍ତ ଶୋଭାଯାତ୍ରା ଯିବା ପରେ ସେଠାରେ ପୂଜାର୍ଚ୍ଚନା କରାଯାଇ ହାଟପଡାରେ ଥିବା ବିଶ୍ଵଦରବାରରେ ପହଞ୍ଚିବ । ସେଠାରେ ଫିତା କଟାଯାଇ ଏହି ବିଶ୍ବପ୍ରସିଦ୍ଧ ଧନୁଯାତ୍ରାର ଶୁଭ ଉଦଘାଟନ କରାଯିବ। ୭୧ ତମ ବିଶ୍ବପ୍ରସିଦ୍ଧ ଧନୁଯାତ୍ରାର ଉଦଘାଟନ ପରେ ପ୍ରଥମ କାର୍ଯ୍ୟକ୍ରମରେ ରାମଜୀ ମନ୍ଦିରରେ ଦେବକୀ ଓ ବସୁଦେବଙ୍କ ବିବାହ, ଦୈବବାଣୀ, ରାଜା ଉଗ୍ରସେନଙ୍କୁ ଗାଦିଚ୍ୟୁତ କରି କଂସର ସିଂହାସନ ଆରୋହଣ, ଦେବକୀ ଓ ବସୁଦେବଙ୍କୁ କାରାଗାର ପ୍ରେରଣ ଆଦି କାର୍ଯ୍ୟକ୍ରମ ରହିଛି।

ବ୍ୟାପକ ସୁରକ୍ଷା ବ୍ୟବସ୍ଥା ସହ ଆରମ୍ଭ ହେଲା ବିଶ୍ବପ୍ରସିଦ୍ଧ ଧନୁଯାତ୍ରା


ଚଳିତ ବର୍ଷ ପୋଲିସ ବିଭାଗର ୧୬ ପ୍ଲାଟୁନ ଫୋର୍ସ, ୧୩ ଜଣ ଇନେସ୍ପେକ୍ଟର, ୩୫ ଜଣ ଏସଆଇ, ୬୪ ଜଣ ଏଏସଆଇ, ୧୯ ଜଣ ହାବିଲଦାର, ୧୦୩ ଜଣ ମହିଳା କନଷ୍ଟେବଳ ସମେତ ମୋଟ ୨୦୧ ଜଣ କନଷ୍ଟେବଳଙ୍କୁ ନିୟୋଜିତ କରାଯାଇଛି। ମୁଖ୍ୟତଃ ଟ୍ରାଫିକ କଣ୍ଟ୍ରୋଲ ଏବଂ ଚୋରି ରୋକିବା ପାଇଁ ଅସାମାଜିକ ଲୋକଙ୍କ ଉପରେ ଅଧିକ ନଜର ରଖାଯିବ ଏବଂ ୩୦ଟି ସିସିଟିଭି କ୍ୟାମେରା ଲଗାଯିବ ବୋଲି ବରଗଡ ଏସପି ପଦ୍ମିନୀ ସାହୁ ଜଣାଇଛନ୍ତି।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ABOUT THE AUTHOR

...view details