ବରଗଡ: ଉଦଘାଟିତ ହେଲା ବରଗଡ଼ରେ ୭୧ ତମ ବିଶ୍ବପ୍ରସିଦ୍ଧ ଧନୁଯାତ୍ରା । ବରଗଡ଼ ସାଂସଦ ସୁରେଶ ପୁଜାରୀ ବିଶ୍ବଦରବାର ଉଦଘାଟନ କରିଛନ୍ତି। ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ, ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ , ବରଗଡ଼ ଜିଲ୍ଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ ଏବଂ ବରଗଡ଼ ଏସପି ପଦ୍ମିନୀ ସାହୁ ପ୍ରଥମେ ପ୍ରଦୀପ ପ୍ରଜ୍ବଳନ କରିଥିଲେ ଏବଂ ଏହି ବିଶ୍ବ ଦରବାରକୁ ଉଦଘାଟନ କରାଯାଇଥିଲେ ।
ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରା ଉଦଘାଟିତ - famous Dhanujatra
ଉଦଘାଟିତ ହେଲା ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରା । ଉଦଘାଟନ କଲେ ବରଗଡ଼ ସାଂସଦ ସୁରେଶ ପୁଜାରୀ । ଆଗକୁ ପଢନ୍ତୁ...
ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରା ଉଦଘାଟିତ
ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରା ଉଦଘାଟିତ
ସାଂସ୍କୃତିକ ଶୋଭାଯାତ୍ରା ସହିତ ସହର ପରିକ୍ରମା କରିବା ପରେ ତଲିପଡା ସ୍ଥିତ ମାଆ ସମଲେଶ୍ବରୀ ମନ୍ଦିର ପର୍ଯ୍ୟନ୍ତ ପହଞ୍ଚି ସେଠାରେ ପୂଜାର୍ଚ୍ଚନା କରିଥିଲେ । ଏହାପରେ ହୋଇଥିଲା ଉଦଘାଟନ । ସମସ୍ତ ଅତିଥି ମାନେ ନିଜନିଜର ବକ୍ତବ୍ୟ ରଖିବା ପରେ ଆରମ୍ଭ ହୋଇଥିଲା ଦରବାର କାର୍ଯ୍ୟକ୍ରମ । ଉଗ୍ରସେନ ମହାରାଜା ରାଜ ସିଂହାସନ ଗ୍ରହଣ କରି ବିଶାଳ ମୁକ୍ତାକାଶ ଧନୁଯାତ୍ରାର ପ୍ରଥମ ଝଲକ ଆରମ୍ଭ କରାଯାଇଥିଲା ।
ବରଗଡରୁ ରାଜେଶ ସରାପ,ଇଟିଭି ଭାରତ