ଓଡିଶା

odisha

ETV Bharat / state

ନିଲମ୍ବନ ପ୍ରତ୍ୟାହାର ଦାବିରେ ସମବାୟ ସମିତି ସମ୍ପାଦକଙ୍କ ଧାରଣା - ପେକ୍ସ କର୍ମଚାରୀ

ବୌଦ୍ଧ ସମବାୟ ସମିତି ସମ୍ପାଦକମାନଙ୍କ ନିଲମ୍ବନ ପ୍ରତ୍ୟାହାର ଦାବିରେ ଡ଼ିଆରସିଏସ ଅଫିସ ସମ୍ମୁଖରେ ଧାରଣାରେ ବସିଲେ ନିଲମ୍ବିତ ସମ୍ପାଦକଙ୍କ ସହ ବିଭିନ୍ନ ପେକ୍ସ କର୍ମଚାରୀ । ଅଧିକ ପଢନ୍ତୁ...

ନିଲମ୍ବନ ପ୍ରତ୍ୟାହାର ଦାବିରେ ସମବାୟ ସମିତି ସମ୍ପାଦକଙ୍କ ଧାରଣା
ନିଲମ୍ବନ ପ୍ରତ୍ୟାହାର ଦାବିରେ ସମବାୟ ସମିତି ସମ୍ପାଦକଙ୍କ ଧାରଣା

By

Published : Feb 2, 2021, 10:50 AM IST

ବରଗଡ: ଜିଲ୍ଲାରେ ସମବାୟ ସମିତି ସମ୍ପାଦକମାନଙ୍କ ନିଲମ୍ବନ ପ୍ରତ୍ୟାହାର ଦାବିରେ ଡ଼ିଆରସିଏସ ଅଫିସ ସମ୍ମୁଖରେ ଧାରଣାରେ ବସିଲେ ନିଲମ୍ବିତ ସମ୍ପାଦକଙ୍କ ସହ ବିଭିନ୍ନ ପେକ୍ସ କର୍ମଚାରୀ । ତେବେ ଧାନ କ୍ରୟ ସମୟରେ ଅନିୟମିତତା ଯୋଗୁଁ ବରଗଡ ଜିଲ୍ଲାର ୧୩ ଜଣ ସମବାୟ ସମିତିର ସମ୍ପାଦକଙ୍କୁ ନିଲମ୍ବନ କରିବା ସହ ଥାନାରେ ମାମଲା ରୁଜୁ କରାଯାଇଛି । ସମବାୟ ସମତି ସମ୍ପାଦକମାନଙ୍କ ଉପରେ ଆକ୍ରୋଶ ମନୋଭାବ ରଖି ବଦନାମ କରିବା ପାଇଁ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

ନିଲମ୍ବନ ପ୍ରତ୍ୟାହାର ଦାବିରେ ସମବାୟ ସମିତି ସମ୍ପାଦକଙ୍କ ଧାରଣା

ତେବେ ତୁରନ୍ତ ଏହି ନିଲମ୍ବନ ପ୍ରତ୍ୟାହାର ନ କଲେ ଆଗାମୀ ଦିନରେ ଧାନ କିଣାବିକାରେ ସହଯୋଗ ନ କରିବା ସହ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି କର୍ମଚାରୀ।

ବରଗଡ଼ରୁ ରାଜେଶ ସରାପ, ଇଟିଭି ଭାରତ

ABOUT THE AUTHOR

...view details