ଓଡିଶା

odisha

ETV Bharat / state

ସରକାରୀ ଯୋଜନାରୁ ବଞ୍ଚିତ ଦେଚୁଆଁ ଗ୍ରାମବାସୀ - Dechuan villagers nagalated by government facilities

ଇଂରେଜ ଅମଳରୁ ଜଙ୍ଗଲ ଭିତରେ ରହିଆସୁଥିବା ଦେଚୁଆଁ ଗ୍ରାମବାସୀ ଆଜି ମଧ୍ୟ ସମସ୍ତ ସରକାରୀ ଯୋଜନାରୁ ବଞ୍ଚିତ । ଭୋଟ ଦେବାପାଇଁ ଅଧିକାର ରହିଛି ସତ କିନ୍ତୁ ସରକାରୀ ଯୋଜନା ପାଇଁ ଗ୍ରାମବାସୀଙ୍କ ନାହିଁ କୌଣସି ଅଧିକାର । ଅଧିକ ପଢନ୍ତୁ..

Dechuan villagers
ଫଟୋ ସୌଜନ୍ୟ: ସମ୍ବାଦଦାତା, ବରଗଡ

By

Published : Nov 28, 2019, 6:48 AM IST

Updated : Nov 28, 2019, 10:40 AM IST

ବରଗଡ଼: ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ବାଞ୍ଜିପାଲି ଗ୍ରାମପଞ୍ଚାୟତର ଦେଚୁଆଁ ଗାଁ ରହିଛି ଘଞ୍ଚ ଜଙ୍ଗଲର ପାହାଡ଼ ଉପରେ । ଗାଁରେ ଅନେକ ପରିବାର ବାସ କରୁଥିବାବେଳେ ସମସ୍ତେ ସରକାରୀ ଯୋଜନାରୁ ବଞ୍ଚିତ ଅଛନ୍ତି । ଏହି ଗାଁରେ ବ୍ରିଟିଶ ଅମଳରେ ରହିଥିଲା ଏକ ରେଷ୍ଟ ହାଉସ । ଯେଉଁଠାରେ ଇଂରେଜ ଅଫିସର ମାନେ ଟିକସ ବସୁଲି କରିବାକୁ ଆସୁଥିବାବେଳେ ଏଠାରେ ବିଶ୍ରାମ ନେଉଥିଲେ । ଏହି ଗାଁ ଲୋକେ ସେମାନଙ୍କ ସେବା ମଧ୍ୟ କରୁଥିଲେ । ସେହି ସମୟରୁ ଜଙ୍ଗଲ ଜମି ମାନଙ୍କରେ ଚାଷବାସ କରି ରହିଆସୁଛନ୍ତି ବହୁ ପରିବାର ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବରଗଡ

ତେବେ ଗାଁରେ ୩୦୦ ଭୋଟର ଥିବା ବେଳେ ସମସ୍ତେ ଭୋଟ ଦେଇଥାନ୍ତି ହେଲେ ନିଜସ୍ବ ଜମିପଟ୍ଟା ନ ଥିବାରୁ ସେମାନଙ୍କୁ ନା ମିଳୁଛି ସରକାରଙ୍କ ଆବାସ ଯୋଜନାରେ ପକ୍କା ଘର ନା ମିଳୁଛି କୌଣସି ଫସଲବୀମାର ଲାଭ । କେବଳ ଚାଷ କରିଚାଲିଛନ୍ତି ଏବଂ ଚାଷରେ କ୍ଷତି ହେଲେ ମିଳିପାରୁନାହିଁ ସରକାରୀ ସହାୟତା । ଅନ୍ୟପଟେ କୌଣସି ଚାଷ ଋଣ ମଧ୍ୟ ମିଳୁନାହିଁ ।

ଏନେଇ ଗ୍ରାମବାସୀ ବରଗଡ଼ ଜିଲ୍ଲାପାଳଙ୍କ ନିକଟରେ ଗୁହାରୀ କରିଛନ୍ତିଯେ, ସେମାନଙ୍କୁ ସମସ୍ତ ସରକାରୀ ଯୋଜନାରେ ସାମିଲ କରାଯାଉ ନଚେତ ଏହି ଗାଁକୁ ଜଙ୍ଗଲରୁ ଉଚ୍ଛେଦ କରି ଅନ୍ୟତ୍ର ବସତି ପାଇଁ ସୁବିଧା କରି ଜମିପଟ୍ଟା ପ୍ରଦାନ କରାଯାଉ । ଯାହାଫଳରେ ସେମାନେ ସମସ୍ତ ସରକାରୀ ସୁବିଧା ପାଇପାରିବେ ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

Last Updated : Nov 28, 2019, 10:40 AM IST

ABOUT THE AUTHOR

...view details