ଓଡିଶା

odisha

ETV Bharat / state

Padmapur By Poll: ଚାଷୀଙ୍କ ଫସଲ ବୀମାକୁ ନେଇ ବିଜେଡି ବିଜେପି ମୁହାଁମୁହିଁ

ଚାଷୀଙ୍କ ଫସଲ ବୀମାକୁ ନେଇ ବିଜେଡି ବିଜେପି ମୁହାଁମୁହିଁ । ପଦ୍ମପୁରରେ ଉପନିର୍ବାଚନ ପୂର୍ବରୁ ଚାଷୀଙ୍କ ଫସଲବୀମା ଆନ୍ଦୋଳନ କୁନେଇ ଏବେ ରାଜନୀତି ଜୋର ଧରିଛି । ପଦ୍ମପୁର ଅଞ୍ଚଳର ଚାଷୀ ମାନେ 2021 ମସିହାର ଖରିଫ ଫସଲର କ୍ଷତିପୂରଣ ଫସଲ ବୀମା କମ୍ପାନୀ ଠାରୁ ନପାଇ ଗୋଟେ ସପ୍ତାହ ହେଲାଣି । ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟଲୟ ସମ୍ମୁଖରେ ଆନ୍ଦୋଳନରେ ବସିଥିବା ବେଳେ ଏବେ ଏହା ରାଜନୀତିର ଏକ ପଶା ପାଲଟିଯାଇଛି । ଅଧିକ ପଢନ୍ତୁ

By

Published : Nov 10, 2022, 8:44 PM IST

Padmapur By Poll: ଚାଷୀଙ୍କ ଫସଲ ବୀମାକୁ ନେଇ ବିଜେଡି ବିଜେପି ମୁହାଁମୁହିଁ
Padmapur By Poll: ଚାଷୀଙ୍କ ଫସଲ ବୀମାକୁ ନେଇ ବିଜେଡି ବିଜେପି ମୁହାଁମୁହିଁ

ବରଗଡ: ପଦ୍ମପୁରରେ ଉପନିର୍ବାଚନ ପୂର୍ବରୁ ଚାଷୀଙ୍କ ଫସଲବୀମା ଆନ୍ଦୋଳନ କୁନେଇ ଏବେ ରାଜନୀତି ଜୋର ଧରିଛି । ପଦ୍ମପୁର ଅଞ୍ଚଳର ଚାଷୀ ମାନେ 2021 ମସିହାର ଖରିଫ ଫସଲର କ୍ଷତିପୂରଣ ଫସଲ ବୀମା କମ୍ପାନୀ ଠାରୁ ନପାଇ ଗୋଟେ ସପ୍ତାହ ହେଲାଣି । ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟଲୟ ସମ୍ମୁଖରେ ଆନ୍ଦୋଳନରେ ବସିଥିବାବେଳେ ଏବେ ଏହା ରାଜନୀତିର ଏକ ପଶା ପାଲଟିଯାଇଛି ।

Padmapur By Poll: ଚାଷୀଙ୍କ ଫସଲ ବୀମାକୁ ନେଇ ବିଜେଡି ବିଜେପି ମୁହାଁମୁହିଁ

ଆଜି ଠାରୁ ପଦ୍ମପୁର ଉପନିର୍ବାଚନ ପାଇଁ ନାମାଙ୍କନ ପାତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି । କିନ୍ତୁ ଫସଲ ବୀମାକୁ ନେଇ ବିଜେପି ଦଳ ପକ୍ଷରୁ ପ୍ରଦୀପ ପୁରୋହିତ ସାମ୍ବାଦିକ ସମ୍ବିଳନୀରେ ବିଜେଡି ଦଳକୁ ଦୋଷାରୋପ କରିଛନ୍ତି । ପ୍ରଦୀପ କହିଛନ୍ତି ବିଜେଡି ଦଳର ଇଚ୍ଛା ଶକ୍ତି ଅଭାବ କାରଣରୁ ଏଠାକାର ଚାଷୀ ଫସଲ ବୀମା ପାଇବାରୁ ବଞ୍ଚିତ ହୋଇଛନ୍ତି ।

ଅନ୍ୟପଟେ ପ୍ରଦୀପଙ୍କ ଅଭିଯୋଗର ଜବାବ ଦେଇ ବିଜେଡିର ବରଗଡ ବିଧାୟକ ଦେବେଶ ଆଚାର୍ଯ୍ୟ କହିଛନ୍ତି ପଦ୍ମପୁର ଉପନିର୍ବାଚନ ପୂର୍ବରୁ ଚାଷୀ ଭାଇ ମାନଙ୍କୁ ଭ୍ରମ କରିବାକୁ ଚେଷ୍ଟା କରୁଛନ୍ତି ପ୍ରଦୀପ ପୁରୋହିତ । ତାଙ୍କର ଏପରି ମିଥ୍ୟା ଲାଞ୍ଛନାକୁ ନିନ୍ଦା କରୁଛି ବୋଲି ଦେବେଶ କହିଛନ୍ତି ।

ସୂଚନା ଅନୁଯାୟୀ ପଦ୍ମପୁରରେ ଚାଷୀ ମାନେ ଫସଲ ବୀମା ଦାବିରେ ଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣାରେ ବସିଛନ୍ତି । ଆଜି ପଦ୍ମପୁରର ପୂର୍ବତନ ବିଧାୟକ ତଥା ବିଜେପି କୃଷକ ମୋର୍ଚ୍ଚା ସଭାପତ ପ୍ରଦୀପ ପୁରୋହିତ ଚାଷୀଙ୍କ ନିକଟକୁ ଆସି ରାଜ୍ୟ ସରକାରଙ୍କ ତୃଟି କାରଣରୁ ଆଜି ପଦ୍ମପୁର ଅଞ୍ଚଳର ଚାଷୀ ମାନେ 2021 ଖରିଫ ଫସଲ ବୀମାର କ୍ଷତିପୂରଣ ବୀମା କମ୍ପାନୀ ଠାରୁ ପାଇପାରିନାହାନ୍ତି ବୋଲି କହିଥିଲେ । ଚାଷୀଙ୍କ ସମସ୍ୟାର ସମାଧାନ କରିବା ପରିବର୍ତ୍ତେ ଓଲଟା ଚାଷୀଙ୍କୁ ମିଥ୍ୟା ପ୍ରତିଶୃତି ଦେଇ ସମୟ ଗଡାଇ ଚାଲିଛନ୍ତି ବୋଲି ମନ୍ତବ୍ୟ ଦେଇଥିଲେ । ଯାହାକୁ ନେଇ ବିଜେଡି ଦଳ ନିନ୍ଦା କରିବା ସହିତ ପ୍ରକୃତ ସତ୍ୟ କଣ ତାହାର ଖୁଲସା କରିଛନ୍ତି ବିଧାୟକ ଦେବେଶ ଆଚାର୍ଯ୍ୟ ।

ତେବେ ପଦ୍ମପୁର ଉପନିର୍ବାଚନ ପୂର୍ବରୁ ଚାଷୀଙ୍କ ଫସଲ ବିମାକୁ ନେଇ ବ୍ୟାପକ ରାଜନୀତିକରଣ ଆରମ୍ଭ ହୋଇଯାଇଥିବା ବେଳେ ବର୍ତମାନ ସ୍ଥିତିରେ ଚାଷୀ ତାର ଫସଲ ବୀମା ରାଶି ପାଇବାକୁ କରୁଥିବା ଆନ୍ଦୋଳନରେ ସଫଳ ହେବ ନା ବିଫଳ ହେବ ତାହାକୁ ଅପେକ୍ଷା ।

ଇଟିଭି ଭାରତ, ବରଗଡ

ABOUT THE AUTHOR

...view details