ବରଗଡ:କୋରୋନା ମହାମାରୀ ଆଜି ନିଜ ଲୋକକୁ ବି ପର କରିଦେଇଛି । କୋରୋନା ଭୂତାଣୁ ଭୟରେ କେଉଁଠି ଜୀବନ୍ତ ସଂକ୍ରମିତଙ୍କୁ ନିଜ ଆତ୍ମୀୟ ଭୟ କରୁଛନ୍ତି ତ ଆଉ କେଉଁଠି ଲୋକେ ନିଜ ସମ୍ପର୍କୀୟ ମାନଙ୍କ ମୃତଦେହ ପଡି ରହିଥିଲେ ମଧ୍ୟ ମୃତଦେହ ସତ୍କାର ପାଇଁ ଆସିନାହାନ୍ତି । ଏପରି ସମୟରେ ସମାଜକୁ ଏକ ବାର୍ତ୍ତା ଦେବା ଭଳି କୋଭିଡ଼ ଆକ୍ରାନ୍ତଙ୍କ ମୃତଦେହ ସତ୍କାର କରିଛନ୍ତି ବରଗଡ ଜିଲ୍ଲାର ଜଣେ ଡାକ୍ତର ସୁଦିପ୍ତ ସାହୁ ।
କେହି ଛୁଇଁଲେନି ମୃତଦେହ, ଡାକ୍ତର କଲେ ଅନ୍ତିମ ସତ୍କାର - କୋରୋନାରେ ମୃତ୍ୟୁ
କୋରୋନା ପଜିଟିଭ ବ୍ୟକ୍ତିଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ । ଗ୍ରାମବାସୀ ଛୁଇଁଲେନି ମୃତଦେହ । ଶେଷରେ ମୃତକଙ୍କ ଝିଅ ସହ ଡାକ୍ତର ନିଜେ ପିପିଇ କିଟ ପିନ୍ଧି ମୃତଦେହ ସତ୍କାର କଲେ । ଅଧିକ ପଢନ୍ତୁ...
ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ବୁକୁରାମୁଣ୍ଡା ପଞ୍ଚାୟତ ଲହଙ୍ଗିର ଗ୍ରାମର ଭଗବାନ ମରେଇ ଦୀର୍ଘ ପାଞ୍ଚ ଦିନ ହେବ କୋଭିଡ଼ ଆକ୍ରାନ୍ତ ହୋଇ ଘରେ ସଙ୍ଗରୋଧରେ ରହି ଚିକିତ୍ସିତ ହେଉଥିଲେ । ଗତକାଲି ସନ୍ଧ୍ୟା ପ୍ରାୟ ୪ ଟା ସମୟରେ ଭଗବାନ ମରେଇଙ୍କ ଦେହାନ୍ତ ହୋଇଥିଲା । କୋରୋନା ଭୂତାଣୁ ଭୟରେ ମୃତଦେହ ସତ୍କାର ପାଇଁ ତାଙ୍କ ସମ୍ପର୍କୀୟ ତଥା ସାହି ପଡିଶାରୁ କେହି ଆସିନଥିଲେ । ଏ ବିଷୟରେ ପରିବାର ଲୋକେ ବୁକୁରାମୁଣ୍ଡା ସିଏଚସିକୁ ଜଣାଇଥିଲେ । ବୁକୁରାମୁଣ୍ଡା ସିଏଚସିର ଡାକ୍ତର ସୁଦିପ୍ତ ସାହୁ ଏବଂ ତାଙ୍କ ସହକର୍ମୀ ଘଟଣା ସ୍ଥଳରେ ପହଞ୍ଚିଥିଲେ । ଦୀର୍ଘ ସମୟ ମୃତଦେହ ପଡି ରହିବା ପରେ ମଧ୍ୟ ସତ୍କାର ପାଇଁ କେହି ନ ଆସିନଥିଲେ । ଡାକ୍ତର ନିଜେ ପିପିଇ କିଟ ପିନ୍ଧି ମୄତ ଭଗବାନ ମରେଇଙ୍କ ଝିଅଙ୍କ ସହ ମିଶି ମୃତଦେହର ଅନ୍ତିମ ସତ୍କାର କରିଥିଲେ ।
ବରଗଡରୁ ରାଜେଶ ସରାପ,ଇଟିଭି ଭାରତ