ବରଗଡ଼:ଜିଲ୍ଲାରେ କୋରୋନା ମହାମାରୀ ଚାରିପଟେ ଛାଇ ଯାଇଥିବା ବେଳେ ଜେଲ ଭିତରେ ଥିବା ଜେଲ ଅନ୍ତେବାସୀ ମାନଙ୍କୁ ମଧ୍ୟ ଛାଡ଼ିନାହିଁ । ବରଗଡ଼ ଜିଲ୍ଲା ପଦ୍ମପୁର ଉପକାରଗାରରେ ଥିବା ଜଣେ ବିଚାରଧୀନ ଜେଲ ଅନ୍ତେବାସୀଙ୍କର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଛି । ତେବେ ଜଣେ କଏଦୀଙ୍କ କୋଭିଡ଼ରେ ମୃତ୍ୟୁ ହେବା ବରଗଡ ଜିଲ୍ଲାରେ ଏହା ପ୍ରଥମ ଘଟଣା ।
ପଦ୍ମପୁର ଉପକାରାଗାର ଜଣେ ବିଚାରଧୀନ ଜେଲ ଅନ୍ତେବାସୀ ଜଣକ କୋରୋନା ଆକ୍ରାନ୍ତ ହୋଇ କୋଭିଡ଼ କେୟାର ସେଣ୍ଟରରେ ଚିକିତ୍ସିତ ଅବସ୍ଥାରେ ମୄତ୍ୟୁ । ପାଇକମାଲ ଥାନା ଢେଙ୍କିମୁଣ୍ଡା ଗ୍ରାମର ଛତରାମ ଧନଓ୍ବର ହତ୍ୟା ଉଦ୍ୟମ ଅଭିଯୋଗରେ ଗତ ନଭେମ୍ବର ୨୦୨୦ ରୁ ପଦ୍ମପୁର ଉପକାରାଗାରେ ବିଚାରଧିନ କଏଦୀ ଭାବରେ ଥିଲେ ।