ଓଡିଶା

odisha

ETV Bharat / state

ବରଗଡ଼ ସିଭିଲ କୋର୍ଟ ପରିସରରୁ ଆରମ୍ଭ ହେଲା କୋଭିଡ଼ ସଚେତନତା ରଥ - ବରଗଡ଼ ସିଭିଲ କୋର୍ଟ

ଆଜି ବରଗଡ଼ ସିଭିଲ କୋର୍ଟ ପରିସରରୁ ଆରମ୍ଭ ହେଲା କୋଭିଡ଼ ସଚେତନତା ରଥ । କୋଭିଡ ନିୟମାବଳୀକୁ ଅଧିକରୁ ଅଧିକ ପ୍ରସାର, ପ୍ରଚାର ପାଇଁ ଏହି ରଥ ସାତ ଦିନ ଧରି ବରଗଡ଼ ଜିଲ୍ଲାର ବିଭିନ୍ନ ଅଂଚଳରେ ବୁଲିବ । ଅଧିକ ପଢନ୍ତୁ...

ବରଗଡ଼ ସିଭିଲ କୋର୍ଟ ପରିସରରୁ ଆରମ୍ଭ ହେଲା କୋଭିଡ଼ ସଚେତନତା ରଥ
ବରଗଡ଼ ସିଭିଲ କୋର୍ଟ ପରିସରରୁ ଆରମ୍ଭ ହେଲା କୋଭିଡ଼ ସଚେତନତା ରଥ

By

Published : May 21, 2021, 10:05 AM IST

ବରଗଡ:ଆଜି ବରଗଡ଼ ସିଭିଲ କୋର୍ଟ ପରିସରରୁ ଆରମ୍ଭ ହୋଇଯାଇଛି କୋଭିଡ଼ ସଚେତନତା ରଥ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଜଜ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ସଞ୍ଜୟ ସାହୁ,ବରଗଡ଼ ଜିଲ୍ଲାପାଳ ଜ୍ୟୋତି ରଞ୍ଜନ ପ୍ରଧାନ, ବରଗଡ଼ ଆରକ୍ଷୀ ଅଧିକାରୀ ପଦ୍ମିନୀ ସାହୁ ସମେତ ବରଗଡ଼ ବିଭାଗୀୟ ଅଧିକାରୀମାନଙ୍କ ଉପସ୍ଥିତିରେ ସବୁଜ ପତାକା ଦେଖାଇ ଏହି ସଚେତନତା ରଥର ଶୁଭାରମ୍ଭ କରିଥିଲେ ।

ବରଗଡ଼ ସିଭିଲ କୋର୍ଟ ପରିସରରୁ ଆରମ୍ଭ ହେଲା କୋଭିଡ଼ ସଚେତନତା ରଥ

ସରକାରଙ୍କ କୋଭିଡ ନିୟମାବଳୀକୁ ଅଧିକରୁ ଅଧିକ ପ୍ରସାର, ପ୍ରଚାର ପାଇଁ ଏହି ରଥ ସାତ ଦିନ ଧରି ବରଗଡ଼ ଜିଲ୍ଲାର ବିଭିନ୍ନ ଅଂଚଳରେ ବୁଲିବାର ବ୍ୟବସ୍ଥା କରାଯାଇଛି । ଏହା ସହ ଆବଶ୍ୟକୀୟ ଲୋକଙ୍କୁ ମାକ୍ସ, ସେନିଟାଇଜର, ସାବୁନ, ଶୁଖିଲା ଖାଦ୍ୟ ଆଦି ବଣ୍ଟନ କରିବାର ବ୍ୟବସ୍ଥା କରାଯାଇଛି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ABOUT THE AUTHOR

...view details