ଓଡିଶା

odisha

ETV Bharat / state

କୋରୋନାର କରୁଣ ଚିତ୍ର; ବାପ ପୁଅଙ୍କ ମୃତ୍ୟୁ ପରେ ସାହାଯ୍ୟର ହାତ ବଢାଇଲା ସଂକଳ୍ପ ପରିବାର - ଅନ୍ତିମ ସଂସ୍କାର

କୋରୋନା ଛଡ଼େଇ ନେଲା ଗୋଟେ ପରିବାରର ଦୁଇଟି ଜୀବନ । ଗୋଟେ ସପ୍ତାହ ମଧ୍ୟରେ ଆଗ ପଛ ହୋଇ ଚାଲିଗଲେ ବାପା ପୁଅ । ଏଭଳି ସମୟରେ କୋଭିଡ ମୃତକଙ୍କ ଅନ୍ତିମ ସଂସ୍କାର କରି ପ୍ରଶାଂସର ପାତ୍ର ସାଜିଛି ସଂକଲ୍ପ ପରିବାର । ଅଧିକ ପଢନ୍ତୁ...

corona patients Cremated with the help of sankalpa paribar
ବାପ ପୁଅଙ୍କ ମୃତ୍ୟୁ ପରେ ସାହାଯ୍ୟର ହାତ ବଢାଇଲା ସଂକଳ୍ପ ପରିବାର

By

Published : Nov 5, 2020, 1:52 PM IST

ବରଗଡ଼: କୋରୋନା ଛଡ଼େଇ ନେଲା ଗୋଟେ ପରିବାରର ଦୁଇଟି ଜୀବନ । ଗୋଟେ ସପ୍ତାହ ମଧ୍ୟରେ ପ୍ରଥମେ ବାପା ଓ ପରେ 42 ବର୍ଷର ପୁଅର ନେଇଗଲା ଜୀବନ । କୋରୋନା କାରଣରୁ ଗୋଟେ ଘରର ଦୁଇ ଦୁଇଟି ସଦସ୍ୟଙ୍କ ମୃତ୍ୟୁ ପରେ ଅସହାୟ ହୋଇପଡିଛନ୍ତି ପରିବାର ଲୋକେ । ଏଭଳି ସମୟରେ ସାହାଯ୍ୟର ହାତ ବଢ଼ାଇଛି ବରଗଡ଼ର ସଂକଲ୍ପ ପରିବାର ଏବଂ ମୃତଦେହକୁ ନିଜେ ସତ୍କାର କରିଛି ।

ବାପ ପୁଅଙ୍କ ମୃତ୍ୟୁ ପରେ ସାହାଯ୍ୟର ହାତ ବଢାଇଲା ସଂକଳ୍ପ ପରିବାର

ସୂଚନାମୁତାବକ, ସହେଲା ବ୍ଲକ ଚିଛିଣ୍ଡା ଗ୍ରାମର 42 ବର୍ଷର ପ୍ରଦୀପ ନାଏକ ସହେଲା ପଶୁ ଡାକ୍ତରଖାନାରେ ଗୋମିତ୍ର ଭାବରେ କାର୍ଯ୍ୟରତ ଥିଲେ । ମୃତ ପ୍ରଦୀପ ଗତ 30 ଅକ୍ଟୋବରରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମାତ୍ର ବୁଧବାର ତାଙ୍କର ମୃତ୍ୟୁ ହୋଇଛି । ଏପଟେ 29 ଅକ୍ଟୋବର ଗୁରୁବାର ଦିନ ତାଙ୍କର ବାପା ଚନ୍ଦ୍ରଶେଖର ନାଏକ ମଧ୍ୟ କୋଭିଡରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିଲେ । ତେଣୁ ଗୋଟିଏ ସପ୍ତାହ ମଧ୍ୟରେ ଉଭୟ ବାପ ପୁଅଙ୍କ ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି ।

ସଂକଳ୍ପ ପରିବାର ତରଫରୁ ବିକାଶ ଅଗ୍ରୱାଲଙ୍କ ନେତୃତ୍ବରେ ନିଧାନ ଦନ୍ତା,ନିଲେଶ ପଧାନ, ବିକାଶ ଭୋଇ,ସୁମନ୍ତ ଭୋଇ ପ୍ରମୁଖ ସତ୍କାରରେ ସହଯୋଗ କରିଥିବା ବେଳେ ମୃତକଙ୍କ ପୁଅ ପ୍ରେମାନନ୍ଦ ନାଏକ ପିପିଇ କିଟ ପିନ୍ଧି ମୁଖାଗ୍ନି ଦେଇଥିଲେ ।

ବରଗଡ଼ରୁ ରାଜେଶ ସରାପ, ଇଟିଭି ଭାରତ

ABOUT THE AUTHOR

...view details