ବରଗଡ: ରବିବାର ଥିଲା ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ ହେଲେ ଏଥର ନୂଆଁଖାଇରେ ନଥିଲା ପୂର୍ବବର୍ଷଗୁଡିକ ପରି ଲୋକଙ୍କ ମନରେ ଖୁସି ଓ ଉତ୍ସାହ । ମହାମାରୀ କୋରୋନାର କବଳରେ କେତେ ଯେ ପରିବାର ନିଜ ଆତ୍ମୀୟଙ୍କୁ ହରାଇଥିବା ବେଳେ ଅନେକ ଲୋକ ଏବେ ମଧ୍ୟ କୋଭିଡ଼ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଘରକୁ ଫେରିଲେ ଯାଇ ଜୀବନ ଫେରି ପାଇଲା ପରି ଅନୁଭବ କରୁଥିବା ପରିବାର ଲୋକେ କିପରି ଅବା ନୂଆଁଖାଇ ପର୍ବକୁ ପାଳନ କରିବେ ।
ସମସ୍ତଙ୍କ ମନରେ ମହାମାରୀର ଭୟ ଘାରି ରହିଛି, ଆଗକୁ କାହାର କଣ ହେବ କେଜାଣେ ସେଥିପାଇଁ କିଏ ଏଥର ନୂଆଁଖାଇ ଶେଷଥର ବୋଲି ପାଳନ କରିଛି ତ ଆଉ କିଏ ଭଗବାନଙ୍କୁ ଗୁହାରି କରି ମହାମାରୀ ଠାରୁ ଲୋକଙ୍କୁ ରକ୍ଷା କରିବା ପାଇଁ ନୂଆଁଖାଇ ତିହାର ଭଗବାନଙ୍କ ଠାରେ ମାନସିକ କରିଛି । ସମ୍ପୂର୍ଣ୍ଣ ଭାବରେ କହିବାକୁ ଗଲେ ଏଥର ଫିକା ପଡିଯାଇଛି ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ ।