ବରଗଡ: କନଭେଣ୍ଟ ସ୍କୁଲ ଫି କୁ ନେଇ ପୁଣି ତାତିଲେ ଅଭିଭାବକ । ବରଗଡ଼ ବ୍ଲକ ତୋରା ଗ୍ରାମରେ ରହିଥିବା ବେଥାନି କନଭେଣ୍ଟ ସ୍କୁଲରେ ପୁଣି ଥରେ ପିଲାଙ୍କ ଫି ବଢାଇଛନ୍ତି ସ୍କୁଲ କମିଟି। ଯାହାକୁ ନେଇ ନେଇ ଅଭିଭାବକ ମହଲରେ ଚାପା ଅସନ୍ତୋଷ ଦେଖା ଦେଇଛି । ପୁଣି ଥରେ ସ୍କୁଲର ମନମୁଖୀ ପରିଚାଳନା ଓ ଫି୍ ବୃଦ୍ଧିରେ ଅସହ୍ୟ ହୋଇ ରାଜରାସ୍ତାକୁ ଓହଲ୍ଲାଇବା ହେଉଛନ୍ତି ସଜବାଜ ହୋଇଛନ୍ତି ଅଭିଭାବକ ।
ସୂଚନା ଅନୁସାରେ ଗତ ମାର୍ଚ୍ଚ ମାସରେ ସ୍କୁଲ ପକ୍ଷରୁ ବର୍ଦ୍ଧିତ ଫି୍ ବାବଦକୁ ଦୀର୍ଘଦିନ ଧରି ଆନ୍ଦୋଳନ କରାଯାଇଥିଲା । ପରେ ଜିଲ୍ଲା ପ୍ରଶାସନର ହସ୍ତକ୍ଷେପ ପରେ ଏହାର ସମାଧାନର ବାଟ ବାହାରିଥିଲା । ଜିଲ୍ଲାପାଳଙ୍କ ଆଦେଶ ଅନୁଯାୟୀ ପୁରୁଣା ଫି ଅନୁସାରେ ସ୍କୁଲ ପିଲାଙ୍କ ନାମଲେଖାଇବାକୁ ନିଷ୍ପତ୍ତି ହୋଇଥିଲା । ଏହାପରେ ଅଭିଭାବକମାନେ ଆନ୍ଦୋଳନରୁ ଓହରିଥିଲେ । ମାତ୍ର ଆନ୍ଦୋଳନ ଓ ସମାଧାନର ଚାରି ମାସ ପରେ ସ୍କୁଲରେ ଅନୁରୂପ ସମସ୍ୟା ଦେଖାଦେଇଛି । ଫି'କୁ ନେଇ ଅଭିଭାବକଙ୍କ ମଧ୍ୟରେ ଅଶାନ୍ତି ଦେଖାଦେଇଛି ।