ବରଗଡ:ହାଥରସରେ ଗଣଦୁଷ୍କର୍ମ ଶିକାର ହୋଇଥିବା ଦଳିତ ଯୁବତୀକୁ ନ୍ୟାୟ ଦାବିରେ କ୍ୟାଣ୍ଡେଲ ଶୋଭାଯାତ୍ରା କରାଯାଇଛି । ଏହାସହ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କୁ ଉତ୍ତରପ୍ରଦେଶରେ ଗିରଫ କରାଯିବା ଘଟଣାକୁ ନେଇ ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ ପ୍ରତିବାଦ ପ୍ରଦର୍ଶନ କରାଯାଇଛି । ଦଳର ବହୁ ବରିଷ୍ଠ ନେତାଙ୍କ ସମେତ ବହୁ କର୍ମୀ ଏଥିରେ ସାମିଲ ହୋଇଥିଲେ ।
ହାଥରସର ଯୁବତୀକୁ ନ୍ୟାୟ ଦାବିରେ କ୍ୟାଣ୍ଡେଲ ଶୋଭାଯାତ୍ରା - bargarh news
ହାଥରସରେ ଦଳିତ ଯୁବତୀକୁ ନ୍ୟାୟ ଦାବିରେ କ୍ୟାଣ୍ଡେଲ ଶୋଭାଯାତ୍ରା । ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କୁ ଗିରଫ କରିବା ଘଟଣାକୁ ନେଇ ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ ପ୍ରତିବାଦ ପ୍ରଦର୍ଶନ । ସାମିଲ ହେଲେ ଶତାଧିକ କର୍ମୀ । ଅଧିକ ପଢନ୍ତୁ....
ହଥରସର ଦଳିତ ଯୁବତୀକୁ ନ୍ୟାୟ ଦାବିରେ କ୍ୟାଣ୍ଡେଲ ଶୋଭାଯାତ୍ରା, କଂଗ୍ରେସ ପକ୍ଷରୁ ବିକ୍ଷୋଭ
ହଥରସର ଦଳିତ ଯୁବତୀକୁ ନ୍ୟାୟ ଦାବିରେ କ୍ୟାଣ୍ଡେଲ ଶୋଭାଯାତ୍ରା, କଂଗ୍ରେସ ପକ୍ଷରୁ ବିକ୍ଷୋଭ
ବରଗଡ ଥାନା ଛକ ଠାରୁ ଗାନ୍ଧୀ ଛକ ପର୍ଯ୍ୟନ୍ତ ଏକ ଶୋଭାଯାତ୍ରାରେ ବାହାରିଥିଲେ । ଏବଂ ସ୍ଥାନୀୟ ଗାନ୍ଧୀ ଛକ ଠାରେ ପୀଡ଼ିତାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ପ୍ରଥମେ କେଣ୍ଡେଲ ଲଗାଇ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା । ଏହାପରେ ନୀରବ ପ୍ରାର୍ଥନା କରାଯାଇଥିଲା ।
ବରଗଡରୁ ରାଜେସ ସରାପ, ଇଟିଭି ଭାରତ