ଓଡିଶା

odisha

ବିଜେପୁର ଉପନିର୍ବାଚନ: ତିନି ଦଳ ପକ୍ଷରୁ ପ୍ରଚାର ଜୋରଦାର

ବିଜେପୁର ଉପନିର୍ବାଚନ ପାଇଁ କଂଗ୍ରେସ, ବିଜେଡି ଓ ବିଜେପି ପକ୍ଷରୁ ଚାଲିଛି ଯୋରଦାର ପ୍ରଚାର । ପ୍ରାର୍ଥୀ ଦିଲ୍ଲୀପ ପଣ୍ଡାଙ୍କ ଭୋଟ ପ୍ରଚାର ପାଇଁ ଲାଗିପଡିଛନ୍ତି କଂଗ୍ରେସ ଦଳର ବଡବଡ ନେତା ।

By

Published : Oct 19, 2019, 4:58 AM IST

Published : Oct 19, 2019, 4:58 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ବରଗଡ

ବରଗଡ:ବିଜେପୁର ଉପନିର୍ବାଚନର ପ୍ରଚାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୁଇ ଦିନିଆ ବିଜେପୁର ଗସ୍ତ ଶୁକ୍ରବାର ଶେଷ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପୁର ନିର୍ବାଚନ ମଣ୍ଡଳୀର ସମୁଦାୟ ୪୩ ଗୋଟି ଗ୍ରାମରେ ରୋଡ଼ ସୋ କରିଥିବା ବେଳେ ନିର୍ବାଚନ ଦାୟିତ୍ବରେ ଥିବା ବହୁ ନେତା ଏବେ ବିଜେଡ଼ିର ବିଜୟ ନିଶ୍ଚିତ ବୋଲି ଆଶା ରଖୁଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବରଗଡ


ସେହିପରି ବିଜେପି ଦଳର ପ୍ରାର୍ଥୀ ସନଥ ଗଡତିଆଙ୍କ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ବିଜେପୁର ନିର୍ବାଚନ ମଣ୍ଡଳୀର ତିନୋଟି ଯାକ ବ୍ଲକରେ ଦଳର ପ୍ରଚାର କରିଥିଲେ। ଗୁରୁବାରଠାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପୁର ନିର୍ବାଚନ ମଣ୍ଡଳୀରେ ବିଜେଡ଼ି ଦଳର ପ୍ରଚାର ଜାରି ରଖିଥିଲେ । ସେପଟେ ଶୁକ୍ରବାର ବିଜେପି ଦଳର ପ୍ରଚାର ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେପୁର ଏବଂ ବରପାଳି ବ୍ଲକର ବିଭିନ୍ନ ସ୍ଥାନରେ ରୋଡ଼ ସୋ ସହିତ ସାଧାରଣ ସଭା କରିଥିଲେ ଏବଂ ଜନସାଧାରଣଙ୍କୁ ଉଦବୋଧନ ଦେଇଥିଲେ ।

ଅନ୍ୟପକ୍ଷେ ନିର୍ବାଚନକୁ ଆଉ ଦୁଇ ଦିନ ବାକି ରହିଥିବା ବେଳେ ପ୍ରଚାର ପ୍ରସାରରେ ବହୁ ପଛରେ ରହିଯାଇଥିବା କଂଗ୍ରେସ ଦଳ ମଧ୍ୟ ତାର ଅସଲ ରୂପ ଦେଖାଇଦେଇଛି । ନିରଞ୍ଜନ ପଟ୍ଟନାୟକ, ସୁର ରାଉତରାୟ, ନରସିଂହ ମିଶ୍ର , ତାରାପ୍ରସାଦ ବାହିନୀପତୀ, ସନ୍ତୋଷ ସିଂ ସାଲୁଜାଙ୍କ ସହିତ ପ୍ରଦୀପ ଦେବତା, ପ୍ରକାଶ ଦେବତା ଓ ନିପନ ଦାସ କଂଗ୍ରେସ ଦଳର ପ୍ରାର୍ଥୀ ଦିଲ୍ଲୀପ ପଣ୍ଡାଙ୍କ ଭୋଟ ପ୍ରଚାର ପାଇଁ ଲାଗିପଡିଛନ୍ତି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ABOUT THE AUTHOR

...view details