ବରଗଡ: କୋରୋନା ମହାମାରୀ ସମୟରେ ବିଦ୍ୟୁତ ଦର ବୃଦ୍ଧିକୁ ବିରୋଧ କରି ସୋମବାର ଆନ୍ଦୋଳନକୁ ଓହ୍ଲାଇଥିଲା ବରଗଡ ଜିଲ୍ଲା ଯୁବ କଂଗ୍ରେସ । ମହାମାରୀ ପାଇଁ ବହୁ ଲୋକେ ନିଜର ଜୀବନ ଜୀବିକା ହରାଇ ରାସ୍ତାକୁ ଆସି ଯାଇଥିବା ବେଳେ ପରିବାର ଭରଣ ପୋଷଣ ପାଇଁ ଚିନ୍ତାରେ ଲୋକେ । ଏପରି ସ୍ଥିତିରେ ରାଜ୍ୟ ସରକାରଙ୍କ ବିଦ୍ୟୁତ ଦର ବୃଦ୍ଧିକୁ ବିରୋଧ କରାଯାଇ ଜିଲ୍ଲାପାଳ ଅଫିସ ଘେରାଉ କରିଥିଲା କଂଗ୍ରେସ ଦଳ ।
ବିଦ୍ୟୁତ ଶୁଳ୍କ ବୃଦ୍ଧିକୁ କଂଗ୍ରେସର ବିରୋଧ, ଶକ୍ତିମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ - ବିଦ୍ୟୁତ ଶୁଳ୍କ ବୃଦ୍ଧି
କୋରୋନା ମହାମାରୀ ସମୟରେ ବିଦ୍ୟୁତ ଦର ବୃଦ୍ଧିକୁ ବିରୋଧ କରି ସୋମବାର ଆନ୍ଦୋଳନକୁ ଓହ୍ଲାଇଥିଲା ବରଗଡ ଜିଲ୍ଲା ଯୁବ କଂଗ୍ରେସ । କଂଗ୍ରେସ ଦଳର ବହୁ ଯୁବକ ସ୍ଥାନୀୟ ଗାନ୍ଧୀ ଛକଠାରେ ବିକ୍ଷୋଭ ପ୍ରଦର୍ଶନ କରି ଶକ୍ତି ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରିବା ସହିତ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବରଗଡ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ ।
![ବିଦ୍ୟୁତ ଶୁଳ୍କ ବୃଦ୍ଧିକୁ କଂଗ୍ରେସର ବିରୋଧ, ଶକ୍ତିମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ bargarh latest news, congress protests in bargarh, electricity tariffs increased, bargarh congress on protest, ବରଗଡ ଲାଟେଷ୍ଟ ନ୍ୟୁଜ୍, ବରଗଡରେ କଂଗ୍ରେସର ବିକ୍ଷୋଭ, ବିଦ୍ୟୁତ ଶୁଳ୍କ ବୃଦ୍ଧି, ବରଗଡରେ କଂଗ୍ରେସର ଆନ୍ଦୋଳନ](https://etvbharatimages.akamaized.net/etvbharat/prod-images/768-512-8976503-384-8976503-1601344812467.jpg)
ବିଦ୍ୟୁତ ଶୁଳ୍କ ବୃଦ୍ଧିକୁ କଂଗ୍ରେସର ବିରୋଧ, ଜାଳିଲେ ଶକ୍ତିମନ୍ତ୍ରୀଙ୍କ କୁଶପୁତ୍ତଳିକା
ବିଦ୍ୟୁତ ଶୁଳ୍କ ବୃଦ୍ଧିକୁ କଂଗ୍ରେସର ବିରୋଧ, ଜାଳିଲେ ଶକ୍ତିମନ୍ତ୍ରୀଙ୍କ କୁଶପୁତ୍ତଳିକା
କଂଗ୍ରେସ ଦଳର ବହୁ ଯୁବକ ସ୍ଥାନୀୟ ଗାନ୍ଧୀ ଛକଠାରେ ବିକ୍ଷୋଭ ପ୍ରଦର୍ଶନ କରି ଶକ୍ତି ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରିବା ସହିତ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବରଗଡ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ । ଯଥାଶୀଘ୍ର ଏହି ବର୍ଦ୍ଧିତ ବିଦ୍ୟୁତ ଶୁଳ୍କକୁ ପ୍ରତ୍ୟାହାର କରାନଗଲେ ଆଗାମୀ ଦିନରେ ଆନ୍ଦୋଳନ ଉଗ୍ର ରୂପ ନେବ ବୋଲି ଦଳ ଚେତାବନୀ ଦିଆଯାଇଛି । କଂଗ୍ରେସ ଦଳର ଏହି ବିକ୍ଷୋଭ ପ୍ରଦର୍ଶନରେ ଆଇଏନଟିୟୁସିର ସଦସ୍ୟମାନେ ମଧ୍ୟ ସାମିଲ ରହିଥିଲେ ।
ବରଗଡରୁ ରାଜେଶ ସରାପ, ଇଟିଭି ଭାରତ