ବରଗଡ:ପଦ୍ମପୁର ଉପନିର୍ବାଚନକୁ(Padmapur byelection) ନେଇ ରାଜନୈତିକ ଉଷ୍ଣତା ବଢିବାରେ ଲାଗିଛି । ତିନି ପ୍ରମୁଖ ଦଳ ନିଜର ପ୍ରାର୍ଥୀ ଘୋଷଣା କରିସାରିଛନ୍ତି । ଏବେ କେବଳ ମତଦାନକୁ ଅପେକ୍ଷା । ତେବେ ଏହି ଉପନିର୍ବାନଚରେ ଏବେ ପଦ୍ମପୁର ଚାଷୀ ଆନ୍ଦୋଳନକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି । ଫସଲ ବୀମା ଦାବିରେ ଚାଷୀ ଦୀର୍ଘ ଦିନ ହେଲାଣି ଆନ୍ଦୋଳନ କରୁଥିବାବେଳେ ଏହି ପ୍ରସଙ୍ଗରେ ବର୍ତ୍ତମାନ ବିଜେପି ଓ ବିଜେଡି ମଧ୍ୟରେ କାଦୁଅ ଫିଙ୍ଗାଫିଙ୍ଗି ହେଉଥିବା ଦେଖାଯାଇଛି । ବିଜେପି ଚାଷୀଙ୍କୁ ଭୁଆଁ ବୁଲାଉଥିବା ବିଜେଡି ଅଭିଯୋଗ କରୁଥିବାବେଳେ ଚାଷୀଙ୍କ ସମସ୍ୟା ପାଇଁ ଶାସକ ଦଳର ଦାୟିତ୍ବହୀନତାକୁ ଦାୟୀ କରିଛି ବିଜେପି ।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଫସଲ ବୀମା ନମିଳିବା ଘଟଣାକୁ ଶାସକ ବିଜେଡି ଦଳର ଦାୟିତ୍ବହୀନତାର ଆଖ୍ୟା ଦେଇ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି । ଏହି ସମସ୍ୟା ପାଇଁ ପ୍ରକୃତରେ ଦାୟୀ କିଏ ତାହା ସ୍ପଷ୍ଟ କରିବାକୁ ସିଧାସଳଖ ବିତର୍କ ପାଇଁ ଧର୍ମେନ୍ଦ୍ର ପ୍ରଧାନ ଆହ୍ବାନ କରିଛନ୍ତି । ବିଜେଡି ନେତାଙ୍କ ଦାୟିତ୍ବହୀନତା ଯୋଗୁଁ ପଦ୍ମପୁର ଅଞ୍ଚଳର ଚାଷୀମାନେ ଫସଲବୀମା ପାଇବାରୁ ବଞ୍ଚିତ ହୋଇଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ପଦ୍ମପୁର ଠାରେ ନିଜର ଉଦବୋଧନରେ କହିଛନ୍ତି । ଏପରିକି ଚାଷୀ ଆନ୍ଦୋଳନକୁ ନେଇ ପଦ୍ମପୁର ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ଗତକାଲି ନିଜର ନାମାଙ୍କନ ପତ୍ର ଦାଖଲ ନକରି ଫେରି ଆସିଥିବା ମଧ୍ୟ ଦେଖିବାକୁ ମିଳିଛି ।
ଏହାମଧ୍ୟ ପଢନ୍ତୁ: Padampur Bypoll: କାହିଁକି ନାମାଙ୍କନ ଭରିଲେନି ବିଜେପି ପ୍ରାର୍ଥୀ, ଶୁଣନ୍ତୁ ତାଙ୍କ ମୁହଁରୁ