ବରଗଡ: ଦିନକୁ ଦିନ ବରଗଡ ଜିଲ୍ଲାରେ କୋରୋନା ସଂକ୍ରମଣ ତୀବ୍ର ଗତିରେ ବଢି ଚାଲିଛି । ଏହାରି ମଧ୍ୟରେ ଛୋଟବଡ଼ ସମସ୍ତ ସରକାରୀ ଅଫିସ ମାନଙ୍କରେ ମଧ୍ୟ କୋରୋନା ତାର କାୟା ବିସ୍ତାର କରିସାରିଛି । ବରଗଡ ଜିଲ୍ଲାପାଳ ଅଫିସରେ ମଧ୍ୟ କୋରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ କର୍ମଚାରୀଙ୍କ ସୁରକ୍ଷା ଦୃଷ୍ଟିରୁ ଜିଲ୍ଲାପାଳ ଅଫିସ ଭିତରକୁ ଯିବାକୁ ଜନସାଧାରଣଙ୍କୁ ନିଷେଧ କରାଯାଇଛି ।
କର୍ମଚାରୀଙ୍କ ସୁରକ୍ଷା, ଜିଲ୍ଲାପାଳ ଅଫିସ ଭିତରକୁ ସର୍ବସାଧାରଣ ମନା - ବରଗଡ
ବରଗଡ ଜିଲ୍ଲାପାଳ ଅଫିସରେ ମଧ୍ୟ କୋରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ କର୍ମଚାରୀଙ୍କ ସୁରକ୍ଷା ଦୃଷ୍ଟିରୁ ଜିଲ୍ଲାପାଳ ଅଫିସ ଭିତରକୁ ଯିବାକୁ ଜନସାଧାରଣଙ୍କୁ ନିଷେଧ କରାଯାଇଛି ।
କର୍ମଚାରୀଙ୍କ ସୁରକ୍ଷା ଦୃଷ୍ଟିରେ ଜିଲ୍ଲାପାଳ ଅଫିସ ଭିତରକୁ ସର୍ବସାଧାରଣଙ୍କୁ ମନା
ବରଗଡ ଜିଲ୍ଲାପାଳଙ୍କ ଡ୍ରାଇଭର କୋରୋନାରେ ଆକ୍ରାନ୍ତ ହୋଇଥିଲେ ଏବଂ ପରେ ତାଙ୍କର ମୃତ୍ୟୁ ଘଟିଛି । ତେବେ ଜିଲ୍ଲାପାଳ ଅଫିସରେ କୋରୋନା ସଂକ୍ରମଣ ବଢିବା ପରେ ସମସ୍ତ କର୍ମଚାରୀଙ୍କ ସୁରକ୍ଷା ପାଇଁ ପଦକ୍ଷେପ ନିଆଯାଇଛି । ମୁଖ୍ୟ ଫାଟକରେ ହିଁ ସୂଚାଇ ଦିଆଯାଇଛି ଯେ କୌଣସି ଅଭିଯୋଗ ରହିଥିଲେ ଫାଟକରେ ରଖାଯାଇଥିବା ଅଭିଯୋଗ ବକ୍ସରେ ନିଜ ନିଜର ଅଭିଯୋଗ ପତ୍ର ଦାଖଲ କରନ୍ତୁ । ତେବେ ମହାମାରୀରୁ ସତର୍କ ଓ ସୁରକ୍ଷିତ ରହିବା ପାଇଁ ଏପରି ପଦକ୍ଷେପ ନେବାକୁ ବାଧ୍ୟ ହୋଇଥିବା ଜଣାଇଛି ଜିଲ୍ଲା ପ୍ରଶାସନ ।
ବରଗଡରୁ ରାଜେଶ ସରାପ, ଇଟିଭି ଭାରତ
Last Updated : Sep 24, 2020, 2:13 PM IST