ଓଡିଶା

odisha

ETV Bharat / state

ଲଗାଣ ବର୍ଷାରେ ଧୋଇଗଲା ଅସ୍ଥାୟୀ ରାସ୍ତା, ଯୋଗାଯୋଗ ବିଚ୍ଛିନ୍ନ - Bargarh news

ବର୍ଷାରେ ବେହାଲ ବରଗଡ । ଲଗାଣ ବର୍ଷା ପ୍ରଭାବରେ ବରଗଡ-ଅମ୍ବାପାଲି ଯୋଗାଯୋଗ ବିଚ୍ଛିନ୍ନ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବରଗଡ

By

Published : Jul 29, 2019, 8:58 PM IST

Updated : Jul 29, 2019, 9:36 PM IST

ବରଗଡ଼: ଜିଲ୍ଲାର ବିଭିନ୍ନ ସ୍ଥାନରେ ଗତକାଲି ଠାରୁ ଲଗାଣ ବର୍ଷା ଜାରି ରହିଛି । ମୌସୁମୀର ପ୍ରଥମ ବର୍ଷା ପରେ ଦୀର୍ଘ ଦିନ ଧରି ବର୍ଷା ଉଭାନ ହୋଇଯାଇଥିବା ବେଳେ ଏବେ ପୁଣି ଆରମ୍ଭ ହୋଇଯାଇଛି ପ୍ରବଳ ବର୍ଷା । ଯାହାଫଳରେ ବରଗଡ ସହର ଦେଇ ଯାଇଥିବା ଜିରା ନଦୀର ଜଳସ୍ତର ବଢି ଅମ୍ବାପାଲି ଓ ବରଗଡ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବରଗଡ

ଲଗାଣ ବର୍ଷା ପ୍ରଭାବରେ ପ୍ରଥମ ଥର ପାଇଁ ଜିରା ନଦୀର ଜଳସ୍ତର ବଢିଛି । ତେବେ ନଦୀର ପୁରୁଣା ବ୍ରିଜ ଭଙ୍ଗା ଯାଇ ନୂତନ ବ୍ରିଜ ନିର୍ମାଣ କରାଯାଉ ଥିବାବେଳେ ଯାତାୟତ ନିମନ୍ତେ ନିର୍ମିତ ଅସ୍ଥାୟୀ ରାସ୍ତାରେ ପାଣି ବହୁଥିବାରୁ ଅମ୍ବାପାଲି-ବରଗଡ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି ।

ଯାହାଦ୍ବାରା ବରଗଡ ଓ ଅମ୍ବାପାଲିର ହଜାର ହଜାର ଲୋକଙ୍କ ଯାତାୟତ ଠପ୍‌ ହୋଇପଡ଼ିଛି ଏବଂ ଲୋକେ 6 କିଲୋମିଟର ବୁଲି ବରଗଡ଼ ଟାଉନ ଭିତରକୁ ଆସୁଛନ୍ତି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

Last Updated : Jul 29, 2019, 9:36 PM IST

ABOUT THE AUTHOR

...view details