ଓଡିଶା

odisha

ETV Bharat / state

NCC ଛାତ୍ରଛାତ୍ରୀଙ୍କ ଗହଣରେ କମାଣ୍ଡିଙ୍ଗ ଅଫିସର କର୍ଣ୍ଣେଲ ସିସି ନାଗ - ଶିକ୍ଷାର୍ଥୀ ବାହିନୀ ଦିବସ

ବରଗଡ଼ ଜର୍ଜ ହାଇସ୍କୁଲ ପ୍ୟାରେଡ ପଡ଼ିଆରେ ଜାତୀୟ ସମୟ ଶିକ୍ଷାର୍ଥୀ ବାହିନୀ ଦିବସ ପାଳିତ ଏନେଇ ମୁଖ୍ୟ ଅତିଥି ଭାବେ ଏନସିସିର କମାଣ୍ଡିଙ୍ଗ ଅଫିସର କର୍ଣ୍ଣେଲ ସିସି ନାଗ ଯୋଗ ଦେଇଥିଲେ। ଅଧିକ ପଢନ୍ତୁ

ବରଗଡରେ NCC ଛାତ୍ରଛାତ୍ରୀଙ୍କ ଗହଣରେ ଯୋଗଦେଲେ କମାଣ୍ଡିଙ୍ଗ ଅଫିସର କର୍ନେଲ ସିସି ନାଗ
ବରଗଡରେ NCC ଛାତ୍ରଛାତ୍ରୀଙ୍କ ଗହଣରେ ଯୋଗଦେଲେ କମାଣ୍ଡିଙ୍ଗ ଅଫିସର କର୍ନେଲ ସିସି ନାଗ

By

Published : Nov 28, 2022, 7:28 AM IST

ବରଗଡ: ବରଗଡ ଜର୍ଜ ହାଇସ୍କୁଲ ପ୍ୟାରେଡ ପଡ଼ିଆରେ ଜାତୀୟ ସମୟ ଶିକ୍ଷାର୍ଥୀ ବାହିନୀ ଦିବସ ପାଳିତ ହୋଇଯାଇଛି। ମୁଖ୍ୟ ଏନେଇ ଅତିଥି ଭାବେ ସମ୍ବଲପୁର ସ୍ଥିତ ୫ ବିଏନ ଏନସିସିର କମାଣ୍ଡିଙ୍ଗ ଅଫିସର କର୍ଣ୍ଣେଲ ସିସି ନାଗ ଯୋଗ ଦେଇ ଏନସିସି ପତାକାକୁ ଉତ୍ତୋଳନ କରିବା ସହ ମିଳିତ ପ୍ୟାରେଡର ଅଭିବାଦନ ଗ୍ରହଣ କରିଥିଲେ । ସମ୍ମାନିତ ଅତିଥି ଭାବେ ବରଗଡ ପଞ୍ଚାୟତ କଲେଜର ଅଧ୍ୟକ୍ଷ ପତିତପାବନ ସାହୁ ଯୋଗ ଦେଇଥିଲେ ।

ବରଗଡରେ NCC ଛାତ୍ରଛାତ୍ରୀଙ୍କ ଗହଣରେ ଯୋଗଦେଲେ କମାଣ୍ଡିଙ୍ଗ ଅଫିସର କର୍ନେଲ ସିସି ନାଗ

ତେବେ ଏହି କାର୍ଯ୍ୟକ୍ରମରେ ବରଗଡ ଜିଲ୍ଲାର ପୁରାତନ NCC ଛାତ୍ରଛାତ୍ରୀ ଓ ନୂତନ ଯୁବ NCC ଛାତ୍ରଛାତ୍ରୀ ମାନେ ଯୋଗ ଦେଇଥିଲେ । ଏଥିରେ ବରଗଡ ପୈାରାଞ୍ଚଳ ଅନ୍ତର୍ଗତ ସମସ୍ତ ସ୍କୁଲ କଲେଜର ଏନସିସି ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ପରେ ଛାତ୍ରଛାତ୍ରୀଙ୍କ ଦ୍ଵାରା ସ୍ଥାନୀୟ ବିଜୁ ପଟ୍ଟନାୟକ ଟାଉନ ହଲ ଠାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା ମୁଖ୍ୟ ଅତିଥି କର୍ଣ୍ଣେଲ ସିସି ନାଗ ଆଜିର ଯୁବ ପିଢି କିଭଳି ଭାବରେ ପଥଭ୍ରଷ୍ଠ ହେଉଛନ୍ତି ଏବଂ ନିଶାକୁ ଆପଣାଇ ରୋଡ ସେପଟି ନିୟମ ପାଳନ କରୁନାହାନ୍ତି ସେନେଇ ଆଲୋକପାତ କରିଥିଲେ ଏବଂ ଛାତ୍ରଛାତ୍ରୀଙ୍କୁ ଏପରି ନ କରିବାକୁ ଉପଦେଶ ଦେଇଥିଲେ ।

ଇଟିଭି ଭାରତ, ବରଗଡ

ABOUT THE AUTHOR

...view details