ବରଗଡ: ଲଗାତାର ତିନି ସପ୍ତାହ ହେଲା ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ ଶୁଣାଣି ନହେବା ନେଇ ଅସନ୍ତୋଷ ପ୍ରକାଶ କଲେ ଅଭିଯୋଗକାରୀ । ଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣାରେ ବସିଲେ ବହୁ ଅଭିଯୋଗକାରୀ ।
ବରଗଡ ଜିଲ୍ଲାରେ ପ୍ରତି ସୋମବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଲୋକଙ୍କ ଅଭିଯୋଗ ଶୁଣିଥାନ୍ତି ଜିଲ୍ଲାପାଳ ଏବଂ ସମସ୍ତ ବିଭାଗର କର୍ମଚାରୀ ମଧ୍ୟ ଏହି ଅଭିଯୋଗ ପ୍ରକୋଷ୍ଠରେ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗର ସମାଧାନ କରିଥାନ୍ତି । କିନ୍ତୁ ବରଗଡରେ ନୂତନ ଜିଲ୍ଲାପାଳ ଯୋଗଦାନ ଦେବାପରେ ଜିଲ୍ଲାର ବିଭିନ୍ନ ବ୍ଲକକୁ ଯାଇ ଜିଲ୍ଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ ଅଭିଯୋଗ ଶୁଣାଣି କରୁଛନ୍ତି । ତେବେ ଲଗାତାର 3ଟି ସୋମବାର ହେଲା ଜିଲ୍ଲାପାଳ ଅନ୍ୟ ବ୍ଲକ ମାନଙ୍କରେ ଏହି ଅଭିଯୋଗ ଶୁଣାଣି ଜାରି ରଖିଛନ୍ତି ।