ବରଗଡ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ବରଗଡ ଜିଲ୍ଲା ଗସ୍ତ କରିଥିବା ବେଳେ ସେ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଓ ବିଜ୍ଞାନ ଉଦ୍ୟାନକୁ ଉଦଘାଟନ କରିଥିଲେ । ଏହାପରେ ଏକ ସାଧାରଣ ସଭାରେ ଯୋଗ ଦେଇ ବରଗଡରେ କ୍ୟାନ୍ସର ହସ୍ପିଟାଲ ନିର୍ମାଣ ନେଇ ଘୋଷଣା କରିଥିଲେ । ମୁଖ୍ୟମନ୍ତ୍ରୀ ଏନେଇ ପୂର୍ବରୁ ବି ଘୋଷଣା କରିଥିଲେ ଏବଂ ଆଜି ପୁଣି ସେହି ଘୋଷଣାକୁ ଦୋହରାଇଛନ୍ତି । ଯାହାକୁ ନେଇ ବରଗଡରେ କ୍ୟାନ୍ସର ହସ୍ପିଟାଲ ନିର୍ମାଣ ପାଇଁ ଗଢାଯାଇଥିବା ୟୁନାଇଟେଡ ଫୋରମ ଫର କ୍ୟାନ୍ସର ହସ୍ପିଟାଲ ପକ୍ଷରୁ ଏକ ସାମ୍ବାଦିକ ସମ୍ବିଲନୀ କରାଯାଇଥିଲା ।
ସଙ୍ଗଠନ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦିଆଯିବା ସହିତ କ୍ୟାନ୍ସର ହସ୍ପିଟାଲ ପାଇଁ ଚାଲିଥିବା ଆନ୍ଦୋଳନକୁ କିଛି ଦିନ ପାଇଁ ସ୍ଥଗିତ ରଖାଯାଇଥିବା କୁହାଯାଇଛି। ସେପଟେ ମୁଖ୍ୟମନ୍ତ୍ରୀଙ୍କ ଦୁଇ ଦୁଇ ଥର ଘୋଷଣା ପରେ ବି ଯଦି କ୍ୟାନ୍ସର ହସ୍ପିଟାଲ ନିର୍ମାଣ କାର୍ଯ୍ୟ ଆସନ୍ତା ଦୁଇ ମାସ ମଧ୍ୟରେ ଆରମ୍ଭ ନହୁଏ ତେବେ ଆଗାମୀ ଦିନରେ ସଙ୍ଗଠନ ପକ୍ଷରୁ ଆନ୍ଦୋଳନ ଜୋରଦାର କରାଯିବ ବୋଲି ସମ୍ମିଳନୀରେ ଚେତାବନୀ ଦିଆଯାଇଥିଲା ।