ଓଡିଶା

odisha

ETV Bharat / state

458 କୋଟି ଭିତ୍ତିପ୍ରସ୍ତର ସ୍ଥାପନ ସହ 30 କୋଟିର ପ୍ରକଳ୍ପ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ - ପଦ୍ମପୁର ନିର୍ବାଚନ ମଣ୍ଡଳୀ

ପଦ୍ମପୁର ଆସନ ହାତେଇବା ଲାଗି ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । ନିର୍ବାଚନ କମିଶନ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇନଥିଲେବି ଆସନ୍ତା ମାସ ତୃତୀୟ ସପ୍ତାହରେ ଉପନିର୍ବାଚନ ନେଇ ବିଧିବଦ୍ଧ ଘୋଷଣା ହେବାର ସମ୍ଭାବନା ରହିଛି । ଏହାକୁ ନେଇ ରାଜନୈତିକ ଉଷ୍ମତା ଦେଖିବାକୁ ମିଳିଛି । ଏହାରି ଭିତରେ ରାଜ୍ୟ ସରକାର ପଦ୍ମପୁର ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା କରିଛନ୍ତି । ଅଧିକ ପଢନ୍ତୁ

Etv Bharat458 କୋଟି ଭିତ୍ତିପ୍ରସ୍ତର ସ୍ଥାପନ ସହ 30 କୋଟିର ପ୍ରକଳ୍ପ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ
Etv Bharat458 କୋଟି ଭିତ୍ତିପ୍ରସ୍ତର ସ୍ଥାପନ ସହ 30 କୋଟିର ପ୍ରକଳ୍ପ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

By

Published : Oct 29, 2022, 5:02 PM IST

Updated : Oct 29, 2022, 6:28 PM IST

ଭୁବନେଶ୍ବର: ପଦ୍ମପୁର ଆସନ ହାତେଇବା ଲାଗି ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । ନିର୍ବାଚନ କମିଶନଙ୍କ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇନଥିଲେବି ଆସନ୍ତା ମାସ ତୃତୀୟ ସପ୍ତାହରେ ଉପନିର୍ବାଚନ ନେଇ ବିଧିବଦ୍ଧ ଘୋଷଣା ହେବାର ସମ୍ଭାବନା ରହିଛି । ଏହାକୁ ନେଇ ରାଜନୈତିକ ଉଷ୍ମତା ଦେଖିବାକୁ ମିଳିଛି । ଏହାରି ଭିତରେ ରାଜ୍ୟ ସରକାର ପଦ୍ମପୁର ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା କରିଛନ୍ତି । ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଭିନ୍ନ ଉନ୍ନୟନ କାର୍ଯ୍ୟ ଓ ପ୍ରକଳ୍ପ ପାଇଁ ରାଜ୍ୟ ସରକାର 458 କୋଟି ଟଙ୍କା ମଞ୍ଜୁରୀ କରିଛନ୍ତି । କିଛି ସମୟ ପରେ ମୁଖ୍ୟମନ୍ତ୍ରୀ ଭିସି ଜରିଆରେ ଅଞ୍ଚଳର 30 କୋଟିର ପ୍ରକଳ୍ପ ଉଦଘାଟନ କରିଛନ୍ତି ।

ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ଶେଷ ହୋଇଥିବା 29 କୋଟି 45 ଲକ୍ଷ 38 ହଜାର ଟଙ୍କାର ବିଭିନ୍ନ ପ୍ରକଳ୍ପ ଆଜି ମୁଖ୍ୟମନ୍ତ୍ରୀ ଉଦଘାଟନ କରିଛନ୍ତି । ଏହା ସହ 458 କୋଟି 21 ଲକ୍ଷ 64 ହଜାର ଟଙ୍କାର ବିଭିନ୍ନ ଜନହିତକର ପ୍ରକଳ୍ପର ଭିତ୍ତିପ୍ରସ୍ଥର ସ୍ଥାପନ କରିଛନ୍ତି । ନିର୍ମାଣ ଶେଷ ହୋଇଥିବା 3 କୋଟି 10 ଲକ୍ଷ ଟଙ୍କାର କଲ୍ୟାଣ ମଣ୍ଡପ, ପଞ୍ଚାୟତ ଭବନ ଓ ଗ୍ରାମାଞ୍ଚଳ ସୁବିଧା କେନ୍ଦ୍ର, ଗ୍ରାମୀଣ ବଜାର ପାଇଁ 50 ଲକ୍ଷ, 10 କୋଟି ଟଙ୍କାର ଉଠା ଜଳ ସେଚନ ପ୍ରକଳ୍ପ, 15 କୋଟି 84 ଲକ୍ଷ 36 ହଜାର 2ଟି ସେତୁକୁ ନେଇ ମୋଟ 29 କୋଟି 45 ଲକ୍ଷ 38 ହଜାର ଟଙ୍କାର 47ଟି ପ୍ରକଳ୍ପ ଉଦଘାଟନ କରିଛନ୍ତି ।

ସେହିପରି ମଞ୍ଜୁରୀ ମିଳିଥିବା 38ଟି ସେତୁ ନିର୍ମାଣ ପାଇଁ 259 କୋଟି 90 ଲକ୍ଷ 18 ହଜାର ଟଙ୍କା, 25ଟି ରାସ୍ତା ନିର୍ମାଣ ପାଇଁ 135 କୋଟି 98 ଲକ୍ଷ 60 ହଜାର ଟଙ୍କା, 151 ଟି କଲ୍ୟାଣ ମଣ୍ଡପ/ କମ୍ୟୁନିଟି ସେଣ୍ଟର/କ୍ରିମଟୋରିୟମ ଏବଂ ଗ୍ରାମ ସ୍ତରର ଅନ୍ୟାନ୍ୟ ଭିତ୍ତିଭୂମି ନିର୍ମାଣ ପାଇଁ 9 କୋଟି 29 ଲକ୍ଷ 50 ହଜାର ଟଙ୍କା, 4ଟି ଗ୍ରାମୀଣ ବଜାର ନିର୍ମାଣ ପାଇଁ 60 ଲକ୍ଷ, 5ଟି ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟ ପାଇଁ 3 କୋଟି 12 ଲକ୍ଷ 26 ହଜାର, 12ଟି କୃଷି ବିପଣନର ଭତ୍ତିଭୂମି ବିକାଶ ପାଇଁ 18 କୋଟି 48 ଲକ୍ଷ, 6ଟି ଅତିରିକ୍ତ ଶ୍ରେଣୀଗୃହ ଏବଂ ହଷ୍ଟେଲ ପାଇଁ 1 କୋଟି 18 ଲକ୍ଷ, 16ଟି ଟାଉନ ହଲ/ ମାର୍କେଟ୍‌ କମ୍ପ୍ଲେକ୍ସ, ପଦ୍ମପୁର ଏନଏସିର ବିଭିନ୍ନ ଭିତ୍ତିଭୂମି ନିର୍ମାଣ ପାଇଁ 4 କୋଟି 22 ଲକ୍ଷ ତଥା ଦୁଇ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ନୃସିଂହନାଥ ଓ ଦେବଦର୍ହାର ବିକାଶ ପାଇଁ 25 କୋଟି 90 ଲକ୍ଷ 62 ହଜାର ଟଙ୍କାକୁ ନେଇ ମୋଟ 458 କୋଟି 21 ଲକ୍ଷ 64 ହଜାର ଟଙ୍କାର ବିଭିନ୍ନ ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ।

ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ମୃତ୍ୟୁପରେ ଖାଲି ପଡିଛି ପଦ୍ମପୁର ବିଧାନସଭା ଆସନ । ଖାଲି ହୋଇଥିବା ଆସନ ନେଇ ଓଡିଶା ବିଧାନସଭା ସଚିବ ନିର୍ବାଚନ କମିଶନଙ୍କୁ ଅବଗତ କରାଇଛନ୍ତି । ଦୀର୍ଘ ଦିନର ଅସୁସ୍ଥତା କାରଣରୁ ଚିକିତ୍ସାଧିନ ଅବସ୍ଥାରେ ବିଧାୟକ ବିଜୟ ରଞ୍ଜନ ସିଂଙ୍କ ଦେହାନ୍ତ ହୋଇଥିଲା । ମୃତ୍ୟୁ ବେଳକୁ ତାଙ୍କୁ ୬୫ ବର୍ଷ ହୋଇଥିଲା । ପଦ୍ମପୁର ଆସନରୁ ସେ ୫ ଥର ଓଡିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ବର୍ଷ ୧୯୯୦ ଓ ୧୯୯୫ରେ ଜନତାଦଳରୁ ଲଢିଥିଲେ ଓ ବିଜୟୀ ହୋଇଥିଲେ ।

ପରେ ୨୦୦୦, ୨୦୦୯ ଓ ୨୦୧୯ରେ ବିଜେଡି ଟିକେଟରେ ବିଧାୟକ ନିର୍ବାଚିତ ହୋଇଥିଲେ । ୨୦୧୪ରେ ସେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ଠାରୁ ପରାସ୍ତ ହୋଇଥିଲେ । ନିୟମ ଅନୁସାରେ କୌଣସି ନିର୍ବାଚିତ ପ୍ରତିନିଧିଙ୍କ ଦେହାନ୍ତ ପରେ ସେଠାରେ ଉପନିର୍ବାଚନ ଅନୁଷ୍ଠିତ ହୁଏ । ନିର୍ବାଚନ ପ୍ରକ୍ରିୟା ଆସନ ଖାଲି ହେବାର ୬ ମାସ ମଧ୍ୟରେ ଶେଷ କରିବା ଲାଗି ନିୟମ ରହିଛି । ଯଦି ପରବର୍ତ୍ତୀ ସାଧାରଣ ନିର୍ବାଚନକୁ ୬ ମାସରୁ କମ ସମୟ ରହିଥାଏ, ତେବେ ଉପନିର୍ବାଚନର ଆବଶ୍ୟକତା ପଡେ ନାହିଁ । ତେବେ ୨୦୨୪ ସାଧାରଣ ନିର୍ବାଚନକୁ ଆହୁରି ଗୋଟିଏ ବର୍ଷରୁ ଅଧିକ ସମୟ ଥିବାରୁ ଉପନିର୍ବାଚନର ଆବଶ୍ୟକତା ରହିଛି । ଖୁବଶୀଘ୍ର ରାଜ୍ୟ ନିର୍ବାଚନ କମିଶନ ଉପନିର୍ବାଚନର ତାରିଖ ଘୋଷଣା କରିବାର ସମ୍ଭାବନା ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Oct 29, 2022, 6:28 PM IST

ABOUT THE AUTHOR

...view details