ବରଗଡ଼: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଜି(ଗୁରୁବାର) ଅମ୍ଳଜାନ ପ୍ଲାଣ୍ଟର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ଜରିଆରେ ଏହି ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ସମ୍ଭାବ୍ୟ କୋରୋନା ମହାମାରୀର 3ୟ ଲହରକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଆଗୁଆ ପ୍ରସ୍ତୁତି ଆରମ୍ଭ କରିଛନ୍ତି ।
ଚାପ ଅବଶୋଷଣ ପ୍ରଣାଳୀରେ ( PSA ) ଭେଷଜ ଅମ୍ଳଜାନ ଉତ୍ପାଦନ ବ୍ୟବସ୍ଥା ( 167 LPM ) ଏବଂ ତରଳ ଭେଷଜ ଅମ୍ଳଜାନ ସଂରକ୍ଷଣ ପଦ୍ଧତି ( LMO 6KL )ର ଦୁଇଟି ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଥିଲା । ଜିଲ୍ଲାର ଜନସାଧାରଣଙ୍କୁ ଉନ୍ନତମାନର ଚିକିତ୍ସା ଯୋଗାଇ ଦେବା ସହିତ କୋରୋନା ମହାମାରୀର ମୁକାବିଲା କରିବା ପାଇଁ ବରଗଡ ମୁଖ୍ୟ ଚିକିତ୍ସାଳୟରେ ହେବାକୁ ଥିବା ଏହି ଅମ୍ଳଜାନ ପ୍ଳାଣ୍ଟ ବେଶ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।