ଓଡିଶା

odisha

ETV Bharat / state

ବରଗଡ଼ ଗସ୍ତରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର - ସୁରେଶ ଚନ୍ଦ୍ର ମହାପାତ୍ର ବରଗଡ ଖବର

ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ବରଗଡ ଜିଲ୍ଲା ଗସ୍ତରେ ଆସି ଜିରୋ ପଏଣ୍ଟ ଠାରେ ଗଙ୍ଗାଧର ମେହେର ମେଗା ଜଳ ସେଚନ ପ୍ରକଳ୍ପର କାର୍ଯ୍ୟ ଅଗ୍ରଗତିର ସମୀକ୍ଷା କରିଛନ୍ତି । ଅଧିକ ପଢନ୍ତୁ

ବରଗଡ଼ ଗସ୍ତରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର
ବରଗଡ଼ ଗସ୍ତରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର

By

Published : May 15, 2022, 10:44 PM IST

ବରଗଡ: ଆଜି(ରବିବାର) ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ବରଗଡ ଜିଲ୍ଲା ଗସ୍ତରେ ଆସି ଜିରୋ ପଏଣ୍ଟ ଠାରେ ଗଙ୍ଗାଧର ମେହେର ମେଗା ଜଳ ସେଚନ ପ୍ରକଳ୍ପର କାର୍ଯ୍ୟ ଅଗ୍ରଗତିର ସମୀକ୍ଷା କରିଛନ୍ତି । ବରଗଡ଼ ଜିଲ୍ଲାପାଳ ମନୀଷା ବାନାର୍ଜୀ ମୁଖ୍ୟ ସଚିବ ମହାପାତ୍ରଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ ଏବଂ ଜିଲ୍ଲାର ବିଭିନ୍ନ ସ୍ଥାନକୁ ପରିଦର୍ଶନ କରିଥିଲେ । ଗଙ୍ଗାଧର ମେହେର ମେଗା ଜଳ ସେଚନ ପ୍ରକଳ୍ପ ମାଧ୍ୟମରେ 349 ଗ୍ରାମର 5 ଲକ୍ଷ 86 ହଜାର 705 ଲୋକ ଉପକୃତ ହେବାକୁ ଥିବା ବେଳେ ଜିଲ୍ଲାର ବରଗଡ଼, ଅତାବିରା, ବିଜେପୁର ଓ ଗାଇସିଲେଟ ବ୍ଲକକୁ ହେବାକୁ ଥିବା ଜଳ ଯୋଗାଣ ପ୍ରକଳ୍ପର ସମୀକ୍ଷା କରିଥିଲେ ମୁଖ୍ୟ ଶାସନ ସଚିବ।

ବରଗଡ଼ ଗସ୍ତରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର

ଅନ୍ୟପଟେ ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ ଲଖନପୁର ରେଞ୍ଜ ଅନ୍ତର୍ଗତ ଖୋଲା ପଞ୍ଚାୟତ ଠାରେ ନୂତନ ଭାବେ ଗଢ଼ିଉଠିଥିବା କୁରୁମକେଲ, ଭୁଟୁଲି ଏବଂ ରେଙ୍ଗାଲି ଗାଁକୁ ପହଞ୍ଚି ଲୋକଙ୍କ ସହ ଆଲୋଚନା କରିଛନ୍ତି ସୁରେଶ ମହାପାତ୍ର । ଦୀର୍ଘ ବର୍ଷ ଧରି ଏହି ତିନିଖଣ୍ଡ ଗ୍ରାମବାସୀ ଦେବରିଗଡ଼ ଅଭୟାରଣ୍ୟ ଭିତରେ ରହି ସରକାରଙ୍କ ବିଭିନ୍ନ ଯୋଜନାରୁ ବଞ୍ଚିତ ହେଉଥିଲେ । ଏବେ ବିସ୍ଥାପନ ହେଲେ ସୁଦ୍ଧା ଲୋକଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ସରକାରଙ୍କ ମୌଳିକ ସୁବିଧା ପହଞ୍ଚିଛି ଲୋକଙ୍କ ପାଖରେ । ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ପାନୀୟ ଜଳ ପାଖରେ ପାଇ ବେଶ ଖୁସିଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିସ୍ଥାପିତମାନେ କୃତଜ୍ଞତା ଜ୍ଞାପନ କରିଛନ୍ତି । ତେବେ ନୂତନ ଭାବେ ଗଢିଉଠିଥିବା ଗାଁରେ ଚାଲିଥିବା ମହେନ୍ଦ୍ରୀ ତିଲିଆଙ୍କ ବିବାହ ଉତ୍ସବରେ ଯୋଗଦେଇ ଆଶୀର୍ବାଦ ଦେଇଥିଲେ ମୁଖ୍ୟ ଶାସନ ସଚିବ ।

ବରଗଡରୁ ରାଜେସ ସରାପ, ଇଟିଭି ଭାରତ

ABOUT THE AUTHOR

...view details