ଓଡିଶା

odisha

By

Published : Nov 8, 2020, 7:47 AM IST

ETV Bharat / state

ଚଳନ୍ତା କାରରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଚାଳକ

ବରଗଡ଼ ଭଟଲି ଛକ ନିକଟରେ ହଠାତ୍ ହୁ ହୁ ହୋଇ ଜାଲିଗଲା ମାରୁତି 800 କାର । ଅଳ୍ପକେ ବର୍ତ୍ତିଗଲେ କାର ଚାଳକ । ତେବେ ଏହି କାରରେ କେଉଁ କାରଣରୁ ନିଆଁ ଲାଗିଲା, ତାହାର ସଠିକ କାରଣ ଏଯାବତ ଜଣାପଡିନାହିଁ । ଅଧିକ ପଢନ୍ତୁ...

caught fire a running car in bhatli
ଚଳନ୍ତା କାରରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଚାଳକ

ବରଗଡ଼: ଚଳନ୍ତା କାରରେ ଲାଗିଲା ନିଆଁ । ହୁ ହୁ ହୋଇ ବିଚ ରାସ୍ତାରେ ଜାଲିଗଲା ମାରୁତି କାର । ସୂଚନାମୁତାବକ, ବରଗଡ଼ ଭଟଲି ଛକ ନିକଟରେ ସନ୍ଧ୍ୟାରେ ଏକ ମାରୁତି କାରରେ ହଠାତ ନିଆଁ ଲାଗିଯିବାରୁ କାର ଚାଳକ ଗାଡିଟିକୁ ରାସ୍ତାରେ ରଖି ଦେଇ ନିଜକୁ ବଞ୍ଚାଇବାରେ ସକ୍ଷମ ହୋଇଥିଲେ । ପରେ ସେ ନିଆଁକୁ ଲିଭାଇବାକୁ ଚେଷ୍ଟା କରିଥିଲେ, ମାତ୍ର ନିଆଁର ମାତ୍ରା ଏତେ ଅଧିକ ଥିଲା ଯେ, ଏହାକୁ ଆୟତ୍ତ କରିବାରେ ବିଫଳ ହୋଇଥିଲେ ଲୋକେ ।

ଚଳନ୍ତା କାରରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଚାଳକ

ଭଟଲି ଛକ ରାସ୍ତା ଦୀର୍ଘ 2 ଘଣ୍ଟା ପର୍ଯ୍ୟନ୍ତ ଜାମ ହୋଇ ପଡିଥିଲା ଏବଂ ଲୋକେ ଭୟରେ ପାଖକୁ ମଧ୍ୟ ଯିବାକୁ ସାହସ କରିନଥିଲେ । ତେବେ ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗକୁ ଫୋନ କରିବାରୁ ସଙ୍ଗେସଙ୍ଗେ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ନିଆଁଙ୍କୁ ଆୟତ୍ତ କରିଥିଲେ । ତେବେ ଏହି ମାରୁତି କାରରେ କେଉଁ କାରଣରୁ ନିଆଁ ଲାଗିଲା, ତାହାର ସଠିକ କାରଣ ଏଯାବତ ଜଣାପଡି ନାହିଁ ।

ବରଗଡ଼ରୁ ରାଜେଶ ସରାପ, ଇଟିଭି ଭାରତ

ABOUT THE AUTHOR

...view details