ବରଗଡ଼:ଦଳୀୟ ଟିକେଟ ନେଇ ଶାସକ ଦଳ କର୍ମୀଙ୍କ ମଧ୍ୟରେ ଅସନ୍ତୋଷ। ବରଗଡ଼ ପୌର ପରିଷଦ ନିର୍ବାଚନରେ ଅଧ୍ୟକ୍ଷା ଆସନ ପାଇଁ ଦଳୀୟ ଟିକେଟ ନେଇ ପ୍ରାର୍ଥୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି।
ଚଳିତ ପୌର ପରିଷଦ ନିର୍ବାଚନ ପାଇଁ ବିଜେଡି ଦଳର ଅନେକ ଆଶାୟୀ ପ୍ରାର୍ଥୀ ରହିଥିବା ବେଳେ ଶେଷ ଦିନରେ ପ୍ରାର୍ଥୀପତ୍ର ଦାଖଲ ବେଳେ ସମସ୍ତ ପ୍ରାର୍ଥୀଙ୍କ ଆଶା ଓ ଆଶଙ୍କା ଦୂର ହୋଇଛି | ପୌରପରିଷଦ ଅଧ୍ୟକ୍ଷ ଆସନଟି ଚଳିତ ଥର ମହିଳା ସିଟ ହୋଇଥିବା ବେଳେ ବିଜେଡି ଦଳ ପକ୍ଷରୁ ନିର୍ବାଚନୀ ଟିକେଟ ପାଇବା ପାଇଁ ବିଜେଡି ପକ୍ଷରୁ 3 ଜଣ ଆଶାୟୀ ପ୍ରାର୍ଥୀ ରହିଥିଲେ |