ବରଗଡ: କୋରୋନା ମହାମାରୀ ସମୟରେ ଆର୍ଥିକ ମାନ୍ଦା ଅବସ୍ଥା ମଧ୍ୟରେ ରାଜ୍ୟ ଗତି କରୁଥିଲା । ତଥାପି ରାଜ୍ୟ ସରକାର ଓଡିଶାର ଭାତହାଣ୍ଡି କୁହାଯାଉଥିବା ବରଗଡ ଜିଲ୍ଲାର ଚାଷୀଙ୍କ ପାଇଁ ରାଜ୍ୟ କ୍ୟାବିନେଟରେ 340 କୋଟି 36 ଲକ୍ଷ ଟଙ୍କାର ଅନୁମୋଦନ କରିଛନ୍ତି । ବରଗଡ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ଦଳ ପକ୍ଷରୁ ସୂଚନା ଦିଆଯାଇଛି ।
ମାନ୍ୟବର ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ, ବରଗଡ ବିଧାୟକ ଦେବେଶ ଆଚାର୍ଯ୍ୟ, ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ଏବଂ ବିଜେପୁର ବିଧାୟିକା ରୀତା ସାହୁଙ୍କ ଉପସ୍ଥିତିରେ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ବରଗଡ ଜିଲ୍ଲାର ଚାଷୀଙ୍କ ପାଇଁ 340 କୋଟି 36 ଲକ୍ଷ ଟଙ୍କା କ୍ୟାବିନେଟରେ ଅନୁମୋଦନ କରାଯାଇଥିବା ଘୋଷଣା କରାଯାଇଥିଲା । ମୁଖ୍ୟମନ୍ତ୍ରୀଙ୍କ ଦ୍ଵିତୀୟ ନିର୍ବାଚନୀ ମଣ୍ଡଳୀ ବିଜେପୁରରେ ଗଙ୍ଗାଧର ମେହେର ବୃହତ୍ତ ଉଠା ଜଳସେଚନ ପ୍ରକଳ୍ପ ଦ୍ଵାରା ଦୀର୍ଘ 34 କିଲୋମିଟର ପର୍ଯ୍ୟନ୍ତ ପାଇପ ବିଛାଇବା ପାଇଁ ଅତିରିକ୍ତ 340 କୋଟି ଟଙ୍କା ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ।