ବରଗଡ଼: ମହାମାରୀ କୋରୋନା ପାଇଁ ଦୀର୍ଘଦିନର ଲକଡାଉନ ପରେ ବରଗଡ଼ରେ କେବଳ ସରକାରୀ ବସ୍ ଚଳାଚଳ ଆରମ୍ଭ ହୋଇଥିଲା । ହେଲେ ସମ୍ବଲପୁରରେ ରବିବାର ଜଣେ କୋରୋନା ଚିହ୍ନଟ ହେବାରୁ ପୁଣି ବସ ଚଳାଚଳ ବନ୍ଦ କରାଯାଇଛି ।
ସୂଚନାନୁସାରେ, ବସର କ୍ଷମତା ଠାରୁ ଅଧା ଯାତ୍ରୀଙ୍କୁ ନେଇ କେବଳ ଗ୍ରୀନ ଜୋନକୁ ବସ ଚଳାଚଳ ଆରମ୍ଭ ହୋଇଥିଲା । ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଠାରୁ ସମ୍ବଲପୁର ପର୍ଯ୍ୟନ୍ତ ଏବଂ ବରଗଡ଼ ଜିଲ୍ଲାରୁ ସୋନପୁର ଜିଲ୍ଲାକୁ ବସ ଚଳାଚଳ ଆରମ୍ଭ ହୋଇଥିଲା । ମାତ୍ର ରବିବାର ସମ୍ବଲପୁର ଜିଲ୍ଲାରେ କୋରୋନା ସଂକ୍ରମିତ ଚିହ୍ନଟ ପରେ ସମ୍ବଲପୁରକୁ ଯାତାୟତ କରିବା ପାଇଁ ଲୋକେ ଭୟଭୀତ ହୋଇପଡିଛନ୍ତି । ସେପଟେ କିନ୍ତୁ ଆଗାମୀ ଦିନ ମାନଙ୍କରେ ବରଗଡରୁ ସମ୍ବଲପୁର ଜିଲ୍ଲାକୁ ବସ ଚଳାଚଳ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ଘୋଷଣା କରାଯାଇନାହିଁ ।