ଓଡିଶା

odisha

ETV Bharat / state

ବରପାଲିର ପ୍ରସିଦ୍ଧ ଶୀତଳ ଷଷ୍ଠୀକୁ କୋରୋନା ଭୟ, ସରିଲା ପ୍ରସ୍ତୁତି ବୈଠକ - ବରଗଡରେ ଶୀତଳ ଷଷ୍ଠୀ ପ୍ରସ୍ତୁତି ବୈଠକ

ପ୍ରତିବର୍ଷ ବରଗଡ ଜିଲ୍ଲା ବରପାଲିଠାରେ ଶୀତଳ ଷଷ୍ଠୀ ଯାତ୍ରା ପାଳିତ ହୁଏ । ହେଲେ ଏଥର କୋରୋନା ମହାମାରୀ ଯୋଗୁଁ ଅଳ୍ପ ଲୋକଙ୍କ ମଧ୍ୟରେ ସାତ ଦିନ ଧରି କେବଳ ପରମ୍ପରା ଅନୁଯାୟୀ ପୂଜାର୍ଚ୍ଚନା ହେବ ବୋଲି ବରପାଲି ଶୀତଳ ଷଷ୍ଠୀ କମିଟି ପକ୍ଷରୁ ନିଷ୍ପତ୍ତି ହୋଇଛି ।

Bragarh's famous Sitala sasthi, Sitala sasthi, bargarh latest news, Sitala sasthi preparatory meeting in bargarh, Sitala sasthi amid pandemic, ବରଗଡ ଲାଟେଷ୍ଟ ନ୍ୟୁଜ୍‌, ବରଗଡ ପ୍ରସିଦ୍ଧ ଶୀତଳ ଷଷ୍ଠୀ, ଶୀତଳ ଷଷ୍ଠୀ, ବରଗଡରେ ଶୀତଳ ଷଷ୍ଠୀ ପ୍ରସ୍ତୁତି ବୈଠକ, ମହାମାରୀରେ ଶୀତଳ ଷଷ୍ଠୀ
ବରପାଲିର ପ୍ରସିଦ୍ଧ ଶୀତଳ ଷଷ୍ଠୀକୁ କୋରୋନା ଭୟ, ସରିଲା ପ୍ରସ୍ତୁତି ବୈଠକ

By

Published : May 23, 2020, 7:07 PM IST

ବରଗଡ: ଚଳିତବର୍ଷ ବରପାଲିର ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରା ନିରାଡମ୍ବର ଭାବେ ପାଳନ ହେବା ନେଇ ଏକ ପ୍ରସ୍ତୁତି ବୈଠକରେ ସ୍ଥିରୀକୃତ ହୋଇଛି । ପ୍ରତିବର୍ଷ ବରଗଡ ଜିଲ୍ଲା ବରପାଲିଠାରେ ଶୀତଳ ଷଷ୍ଠୀ ଯାତ୍ରା ପାଳିତ ହୁଏ । ହେଲେ ଏଥର କୋରୋନା ମହାମାରୀ ଯୋଗୁଁ ଅଳ୍ପ ଲୋକଙ୍କ ମଧ୍ୟରେ ସାତ ଦିନ ଧରି କେବଳ ପରମ୍ପରା ଅନୁଯାୟୀ ପୂଜାର୍ଚ୍ଚନା ହେବ ବୋଲି ବରପାଲି ଶୀତଳ ଷଷ୍ଠୀ କମିଟି ପକ୍ଷରୁ ନିଷ୍ପତ୍ତି ହୋଇଛି ।

ଚଳିତ ବର୍ଷ 143ତମ ଶୀତଳ ଷଷ୍ଠୀ ଯାତ୍ରା ଅନୁଷ୍ଠିତ ହେବାକୁ ଥିବା ବେଳେ ଯାତ୍ରା କମିଟି ପକ୍ଷରୁ ଶନିବାର ଅନୁଷ୍ଠିତ ହୋଇଛି ଏକ ପ୍ରସ୍ତୁତି ବୈଠକ । ଏଥିରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ ସମସ୍ତ ଶୋଭାଯାତ୍ରାଗୁଡିକୁ ବର୍ଜନ କରାଯାଇଛି । ଏଥିସହ ଶିବ ପାର୍ବତୀଙ୍କ ବିବାହ କାର୍ଯ୍ୟକ୍ରମରେ ଉଭୟ ବର ଓ କନ୍ୟା ପକ୍ଷରୁ 6 ଜଣ ଏବଂ ଯାତ୍ରା କମିଟି ଓ ପଣ୍ଡିତଙ୍କୁ ମିସାଇ 10 ଜଣଙ୍କ ସମେତ ମୋଟ 16 ଜଣଙ୍କ ମଧ୍ୟରେ ସମ୍ପନ୍ନ ହେବ ।

ତେବେ ସ୍ଥିରୀକୃତ ସୂଚୀରେ ସାମାଜିକ ଦୁରତ୍ଵ ପାଳନ କରି ଚଳିତ ବର୍ଷର ଶୀତଳ ଷଷ୍ଠୀ ଯାତ୍ରା ପାଳନ କରାଯିବାକୁ ନିଷ୍ପତ୍ତି ହୋଇଛି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ABOUT THE AUTHOR

...view details