ଓଡିଶା

odisha

ETV Bharat / state

ପଦ୍ମଶ୍ରୀ ହଳଧର ନାଗଙ୍କ ପୁସ୍ତକ "ବୀର ମାଟିର ଗାଥା" ଉନ୍ମୋଚିତ - ସମ୍ପୂର୍ଣ୍ଣ ସତ୍ୟ ଘଟଣା ଉପରେ ଲିଖିତ

ବଗଗଡ ଜିଲ୍ଲାର ବିଜୁ ପଟ୍ଟନାୟକ ଟାଉନ ହଲଠାରେ ସମ୍ବଲପୁରୀ ସାହିତ୍ୟ ପରିଷଦ ଅନୁକୁଲ୍ୟରେ ଉନ୍ମୋଚିତ ହୋଇଛି ପୁସ୍ତକ "ବୀର ମାଟିର ଗାଥା" । ଅଧିକ ପଢନ୍ତୁ...

ପୁସ୍ତକ "ବୀର ମାଟିର ଗାଥା"
ପୁସ୍ତକ "ବୀର ମାଟିର ଗାଥା"

By

Published : Feb 1, 2021, 10:36 AM IST

ବରଗଡ: ଉନ୍ମୋଚିତ ହେଲା ପୁସ୍ତକ "ବୀର ମାଟିର ଗାଥା" । ବଗଗଡ ଜିଲ୍ଲାର ବିଜୁ ପଟ୍ଟନାୟକ ଟାଉନ ହଲଠାରେ ସମ୍ବଲପୁରୀ ସାହିତ୍ୟ ପରିଷଦ ଅନୁକୁଲ୍ୟରେ ଏହି ପୁସ୍ତକ ଉନ୍ମେଚିତ ହୋଇଛି । ଏହି ପୁସ୍ତକ ଲେଖିଛନ୍ତି ପଦ୍ମଶ୍ରୀ ହଲଧର ନାଗ ।

ପୁସ୍ତକ "ବୀର ମାଟିର ଗାଥା"

ବହିର କାହାଣୀ ସମ୍ପୂର୍ଣ୍ଣ ସତ୍ୟ ଘଟଣା ଉପରେ ଲିଖିତ ହୋଇଛି । ଜଣେ ଜମିଦାରଙ୍କ ବଳିଦାନକୁ ନେଇ ପୁସ୍ତକଟିକୁ ରଚନା କରିଛନ୍ତି ହଲଧର ନାଗ । ଲୁଚି ରହିଥିବା ଅନେକ ଘଟଣା ଏହି ପୁସ୍ତକ ମାଧ୍ୟମରେ ଲୋକେ ଜାଣିପାରିବେ । ଏହି ପୁସ୍ତକ ଆଗାମୀ ଦିନରେ ଭାଷା ସାହିତ୍ୟକୁ ଆହୁରି ସମୃଦ୍ଧ କରିବ ବୋଲି କହିଛନ୍ତି ବରଗଡ ବିଧାୟକ ଦେବେଶ ଆଚାର୍ଯ୍ୟ । ସେ ଆହୁରି କହିଛନ୍ତି ଆମ ଭାଷା ସାହିତ୍ଯକୁ ନେଉ ଉଠୁଥିବା ସାମ୍ବିଧାନିକ ସୀକୃତ୍ତି ପ୍ରଶ୍ନର ସମସ୍ୟା ଦୂର ହେବ । ଖୁବଶୀଘ୍ର ସମ୍ବିଧାନର ଅଷ୍ଟମ ପରିଚୟରେ ସ୍ଥାନିତ ହେବ ।

ପ୍ରତିବର୍ଷ ବରଗଡ କବି କଳାକାରମାନଙ୍କୁ ନେଇ ଏକ ସଙ୍ଗଠନ ପାଳନ କରାଯାଏ । ଚଳିତ ବର୍ଷ ଏହି ସମରୋହ ଅନୁଷ୍ଠିତ ହୋଇଛି । ଉନ୍ମୋଚିତ ହୋଇଥିବା ପୁସ୍ତକ ସମ୍ବଲପୁରୀ ସାହିତ୍ୟ ପାଇଁ ଏକ ଐତିହାସିକ ଗ୍ରନ୍ଥ ହୋଇ ରହିବ ବୋଲି କହିଛନ୍ତି ଶ୍ରମ ଏବଂ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ ।

ସମ୍ବଲପୁରୀ(କୋଶଲି) ଭାଷାରେ ରଚିତ ପୁସ୍ତକଟି ଆଗାମୀ ଦିନରେ ଘେସଁ ଜମିଦାରଙ୍କ ବୀରତ୍ଵର ଗାଥା ପ୍ରଚାର କରିବ ବୋଲି ଅତିଥିମାନେ ମତ ପ୍ରକାଶ କରିଛନ୍ତି । ଉନ୍ମୋଚିତ ସଭାରେ ଗ୍ରାମ୍ୟ ଉନ୍ନୟନ ଓ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ ,ବିଧାୟକ ଦେବେଶ ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପୁସ୍ତକ ଉନ୍ମୋଚିତ କରିଛନ୍ତି ।

ବରଗଡରୁ ରାଜେଶ ସରାଫ, ଇଟିଭି ଭାରତ

ABOUT THE AUTHOR

...view details