ଓଡିଶା

odisha

ETV Bharat / state

ସାଇକେଲରେ ବୁଲି ରକ୍ତ ଦାନର ବାର୍ତ୍ତା ବାଣ୍ଟିଲେ ଯୁବକ, 9 ହଜାର କିମି କରିବେ ଯାତ୍ରା

ରକ୍ତ ଦାନ କରିବାକୁ ନେଇ ବାର୍ତ୍ତା ବାଣ୍ଟୁଛନ୍ତି ଜୟଦେବ ରାଉତ । 9 ହଜାର କିଲୋମିଟର ସାଇକେଲରେ ଯାତ୍ରା କରିବା ସହ ରକ୍ତଦାନ କରିବାକୁ ନେଇ ସେ ସଚେତନ କରୁଛନ୍ତି ।

By

Published : Nov 30, 2019, 4:21 AM IST

blood-donate
ସାଇକେଲରେ ବୁଲି ରକ୍ତ ଦାନର ବାର୍ତ୍ତା

ବରଗଡ଼: ରକ୍ତ ଦାନ ମହତ ଦାନ । ରକ୍ତ ଦାନ କରି ଜୀବନ ବଞ୍ଚାଇବାକୁ ଜନସାଧାରଣଙ୍କୁ ଉତ୍ସାହିତ କରିବା ଉଦେଶ୍ୟରେ ୯ ହଜାର କିଲୋମିଟରର ସାଇକେଲ ଯାତ୍ରା ପାଇଁ କଲିକତାରୁ ବାହାରିଛନ୍ତି ଜୟଦେବ ରାଉତ | ଗତ ୭ ତାରିଖରୁ କଲିକତାରୁ ସାଇକେଲ ଯାତ୍ରା ଆରମ୍ଭ କରି ଓଡିଶାର ପଶ୍ଚିମ ପ୍ରାନ୍ତର ଜିଲ୍ଲା ଗୁଡିକ ଦେଇ ଆନ୍ଧ୍ରପ୍ରଦେଶ , ତେଲେଙ୍ଗାନା, ହାଇଦ୍ରାବାଦ ଏବଂ କନ୍ୟାକୁମାରୀ ହୋଇ ତାମିଲନାଡ଼ୁ ପରେ ପୁଣି କାଳିକତାକୁ ପ୍ରତ୍ୟାବର୍ତନ କରିବାର ଯୋଜନା ରଖିଛନ୍ତି ଜୟଦେବ |

ରକ୍ତଦାନକୁ ଆଜିର ଯୁବ ସମାଜ ଯେପରି ଖୁସିରେ ଗ୍ରହଣ କରିବେ ଏବଂ ଭୟ ନକରି ସମସ୍ତେ ରକ୍ତଦାନ କରିବେ ସେହି ଉଦେଶ୍ୟରେ ଯୁବକ ମାନଙ୍କୁ ବାର୍ତ୍ତା ଦେଉଛନ୍ତି ଜୟଦେବ । ଏଭଳି ମହାନ ଉଦେଶ୍ୟରେ ୯ ହଜାର କିଲୋମିଟର ସାଇକେଲ ଯାତ୍ରା କରି ଦେଶର ସମସ୍ତ ପ୍ରାନ୍ତର ଯୁବକ ମାନଙ୍କୁ ଭେଟି ରକ୍ତଦାନ ବିଷୟରେ ଆଲୋକପାତ କରିବେ ଜୟଦେବ ରାଉତ |

ସାଇକେଲରେ ବୁଲି ରକ୍ତ ଦାନର ବାର୍ତ୍ତା ବାଣ୍ଟିଲେ
ଗୁରୁବାର ସେ ପଶ୍ଚିମ ଓଡିଶାର ବରଗଡ ଜିଲ୍ଲାରେ ପହଞ୍ଚିଥିଲେ । ବହୁ ଯୁବକ ମାନଙ୍କ ସହିତ ମିସି ରକ୍ତଦାନ ଉପରେ ସଚେତନତା ମଧ୍ୟ କରାଇଥିଲେ | ଏକ ନିଆରା ଢଙ୍ଗରେ ଜୟଦେବ ଯୁବକ ମାନଙ୍କୁ ଅଧିକ ଗୁରୁତ୍ଵ ଦେଇ ଏହି ରକ୍ତ ଦାନ ବିଷୟରେ ପ୍ରଚାର ପ୍ରସାର କରୁଛନ୍ତି | ତେବେ ସେ ବରଗଡକୁ ପହଞ୍ଚିବା ମାତ୍ରେ ତାଙ୍କୁ ବରଗଡର ବହୁ ରକ୍ତଦାତା ସ୍ଵାଗତ ଜଣାଇଥିଲେ ଏବଂ ସମ୍ବର୍ଦ୍ଧିତ କରିଥିଲେ | ତାଙ୍କର ଏପରି ବୃହତ ଚିନ୍ତାଧାରାକୁ ବହୁ ଯୁବକ ସମ୍ମାନ ଜଣାଇଥିଲେ |


ବରଗଡ଼ରୁ ରାଜେଶ ସରାପ, ଇଟିଭି ଭାରତ

ABOUT THE AUTHOR

...view details