ଓଡିଶା

odisha

ETV Bharat / state

କର୍ମୀ ଉଠବସ ଭିଡିଓ ଭାଇରାଲ, ଏସପିଙ୍କ ଦ୍ବାରସ୍ଥ ହେଲେ ବିଜେପି ନେତା

ବରଗଡରେ ବିଜେଡି କର୍ମୀ ବିଜେପି କର୍ମୀଙ୍କୁ ଚାପୁଡା ମାରିବା ସହ ଉଠବସ କରୁଥିବା ଭିଡିଓ ଭାଇରାଲ ହେଉଛି । ଯାହାକୁ ନେଇ ବିଜେପି ପକ୍ଷରୁ ଏସପିଙ୍କ ନିକଟରେ ଅଭିଯୋଗ ହୋଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବରଗଡ

By

Published : Jun 17, 2019, 9:33 PM IST

ବରଗଡ: ନିର୍ବାଚନ ସରିବା ସହ ଗଠନ ହୋଇଛି ସରକାର । ହେଲେ ଥମିନି ହିଂସା । ବରଗଡରେ ବିଜେଡି କର୍ମୀ ବିଜେପି କର୍ମୀଙ୍କୁ ଚାପୁଡା ମାରିବା ସହ ଉଠବସ କରୁଥିବା ଭିଡିଓ ଭାଇରାଲ ହେଉଛି । ଯାହାକୁ ନେଇ ବିଜେପି ପକ୍ଷରୁ ଏସପିଙ୍କ ନିକଟରେ ଅଭିଯୋଗ ହୋଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବରଗଡ

ଭାଇରାଲ ଭିଡିଓ ଅନୁସାରେ, ଜଣେ କର୍ମୀ ଅନ୍ୟଜଣଙ୍କୁ ଚାପୁଡା ମାରିବା ସହ ଉଠବସ୍‌ କରୁଛି । ଯାହାକୁ ନେଇ ବିଜେପି ଏସପିଙ୍କ ନିକଟରେ ଅଭିଯୋଗ କରିଛି । ବିଜେପି ଏହାକୁ ନିନ୍ଦା କରିବା ସହ ଏହି ଘଟଣା ଭଟଲି ଅଞ୍ଚଳରେ ଅଧିକ ଦେଖାଦେଉଥିବା ଅଭିଯୋଗ କରିଛି । ତେବେ ଏପରି କରି ବିଜେପି କର୍ମୀଙ୍କୁ ଭୟଭୀତ କରିବାକୁ ବିଜେଡି ଚେଷ୍ଟା କରୁଥିବା ମଧ୍ୟ ଦଳ କହିଛି ।

ଏପରି କାଣ୍ଡ ଘଟାଉଥିବା ବିଜେଡି କର୍ମୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନ ନେଲେ ବିଜେପି ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି । ସେପଟେ ଏହି ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବରଗଡ ଏସପି କହିଛନ୍ତି ।

ବରଗଡରୁ ରାଜେଶ୍‌ ସରାପ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details