ବରଗଡ: 2 ଘଣ୍ଟିଆ ରାସ୍ତାରୋକ ଆନ୍ଦୋଳନ କଲା ବିଜେପି । ବରଗଡ଼ ଜିଲ୍ଲା ବିଜେପି ଦଳ ପକ୍ଷରୁ ଗୁରୁବାର ବରଗଡ ସହର ସ୍ଥିତ ବାଜପାୟୀ ଛକଠାରେ 2 ଘଣ୍ଟିଆ ରାସ୍ତାରୋକ ଆନ୍ଦୋଳନ କରାଯାଇଛି । ସରକାରଙ୍କ ଟୋକାନ ସିଷ୍ଟମ କାରଣରୁ ବରଗଡ଼ରେ ରବି ଫସଲର ଧାନ ଚାଷୀମାନେ ବିକ୍ରି କରିନପାରି ଚାଷୀଙ୍କ ଅବସ୍ଥା ଶୋଚନୀୟ ହୋଇପଡ଼ିଛି । ଚାଷୀ ନିଜର ବହୁ କଷ୍ଟ ଅର୍ଜିତ ଧାନ ସବୁ ବିକ୍ରି ପାଇଁ ମଣ୍ଡି ମାନଙ୍କରେ ପକାଇ ରଖିଥିବା ବେଳେ ଧାନ ବିକ୍ରି ନହୋଇ ହଜାର ହଜାର ବସ୍ତା ଧାନ ମଣ୍ଡିରେ ପଡ଼ିରହିଛି। ଅନ୍ୟପଟେ ଗୁରୁବାର ଠାରୁ ମଣ୍ଡିଗୁଡ଼ିକ ବନ୍ଦ ହୋଇସାରିଲାଣି ଏବଂ ଧାନ କିଣା ପ୍ରକ୍ରିୟା ସମ୍ପୂର୍ଣ୍ଣ ବନ୍ଦ ହୋଇଥିବା ଜିଲ୍ଲା ଯୋଗାଣ ବିଭାଗ କହୁଥିବା ବେଳେ ମଣ୍ଡିରେ ପଡ଼ିଥିବା ଚାଷୀଙ୍କ ଧାନ କ୍ରୟ ଦାବିରେ ଜିଲ୍ଲା ବିଜେପି ଦଳ ପକ୍ଷରୁ ରାସ୍ତାରୋକ ଆନ୍ଦୋଳନ କରାଯାଇଥିଲା ।
2 ଘଣ୍ଟିଆ ରାସ୍ତାରୋକ ଆନ୍ଦୋଳନ କଲା ବିଜେପି - ବିଜେପି ଧାରଣା
ବରଗଡ଼ ଜିଲ୍ଲା ବିଜେପି ଦଳ ପକ୍ଷରୁ ଗୁରୁବାର ବରଗଡ ସହର ସ୍ଥିତ ବାଜପାୟୀ ଛକଠାରେ 2 ଘଣ୍ଟିଆ ରାସ୍ତାରୋକ ଆନ୍ଦୋଳନ କରାଯାଇଛି । ଅଧିକ ପଢନ୍ତୁ...
2 ଘଣ୍ଟିଆ ରାସ୍ତାରୋକ ଆନ୍ଦୋଳନ କଲା ବିଜେପି
ଗୁରୁବାର ଚାଷୀଙ୍କ ଧାନ କ୍ରୟ କରାନଗଲେ ଶୁକ୍ରବାର ବିଜେପି ଦଳ ଜିଲ୍ଲା ଯୋଗାଣ ଅଫିସକୁ ଘେରି ବ୍ୟାପକ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି।
ବରଗଡରୁ ରାଜେଶ ସରାପ, ଇଟିଭି ଭାରତ