ଓଡିଶା

odisha

ETV Bharat / state

ଶିକ୍ଷା ବ୍ୟବସ୍ଥାରେ ସଂରକ୍ଷଣ: ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲା ଯୁବ ବିଜେଡି - ଶିକ୍ଷା ବ୍ୟବସ୍ଥାରେ ସଂରକ୍ଷଣ ପ୍ରସଙ୍ଗ

ମେଡ଼ିକାଲ ଓ ଇଂଜିନିୟରିଂ ପ୍ରବେଶିକା ପରୀକ୍ଷାରେ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ବରଗଡ ଜିଲ୍ଲା ଯୁବ ବିଜୁ ଜନତା ଦଳ । ପଢନ୍ତୁ ଅଧିକ......

ଶିକ୍ଷା ବ୍ୟବସ୍ଥାରେ ସଂରକ୍ଷଣ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲା ବରଗଡ ଜିଲ୍ଲା ଯୁବ ବିଜେଡି
ଶିକ୍ଷା ବ୍ୟବସ୍ଥାରେ ସଂରକ୍ଷଣ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲା ବରଗଡ ଜିଲ୍ଲା ଯୁବ ବିଜେଡି

By

Published : Dec 30, 2020, 7:43 AM IST

ବରଗଡ: ସରକାରୀ ବିଦ୍ୟାଳୟ ମାନଙ୍କରେ ପାଠ ପଢ଼ୁଥିବା ଛାତ୍ରଛାତ୍ରୀମାନଙ୍କୁ ମେଡ଼ିକାଲ ଓ ଇଂଜିନିୟରିଂ ପ୍ରବେଶିକା ପରୀକ୍ଷାରେ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା କରିଥିବା ଯୋଗୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ବରଗଡ ଜିଲ୍ଲା ଯୁବ ବିଜୁ ଜନତା ଦଳ ।

ଶିକ୍ଷା ବ୍ୟବସ୍ଥାରେ ସଂରକ୍ଷଣ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲା ବରଗଡ ଜିଲ୍ଲା ଯୁବ ବିଜେଡି

ରାଜ୍ୟ ସରକାର ନେଇଥିବା ଐତିହାସିକ ନିଷ୍ପତ୍ତିକୁ ବରଗଡ଼ ଜିଲ୍ଲାର ଛାତ୍ରଛାତ୍ରୀ ଠାରୁ ଆରମ୍ଭ କରି ଅବିଭାବକ ମହଲରେ ଆନନ୍ଦଲହରୀ ଦେଖାଦେଇଛି । ମାଟ୍ରିକ ପରୀକ୍ଷା ପରେ ଗାଁ ଗହଳିରେ ଥିବା ଗରିବ,ଅନୁସୂଚିତ ଜାତି ଏବଂ ଜନଜାତିର ପିଲାମାନେ ଅର୍ଥାଭାବରୁ କୋଚିଂ ସୁବିଧା ପାଇ ପାରୁନାହାନ୍ତି । ଏପରି ସମୟରେ ଏହି ସଂରକ୍ଷଣ ବ୍ୟବସ୍ଥା ଫଳରେ ସେମାନେ ଉପକୃତ ହୋଇପାରିବେ ବୋଲି କହିଛନ୍ତି ଅଭିଭାବକ ଓ ବୁଦ୍ଧିଜୀବୀ। ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ବରଗଡ଼ ଜିଲ୍ଲା ବିଜୁ ଯୁବ ଜନତା ଦଳ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ଯୁଗାନ୍ତକାରୀ ପଦକ୍ଷେପକୁ ସ୍ବାଗତ କରିବା ସହ ଧନ୍ୟବାଦ ଜ୍ଞାପନ କରାଯାଇଛି |

ଜିଲ୍ଲା ବିଜୁ ଯୁବ ଜନତା ଦଳର ସଭାପତି ପ୍ରଦ୍ୟୁମ୍ନ କୁମାର ତ୍ରିପାଠୀଙ୍କ ନେତୃତ୍ବରେ ବରଗଡ଼ ଗାନ୍ଧୀ ଛକରେ ଥିବା ଗାନ୍ଧୀ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବା ପରେ ବିଜୁ ଛାତ୍ର ଜନତା ଦଳର ଶତାଧିକ କର୍ମୀ ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀଙ୍କ ଏପରି ପଦକ୍ଷେପ ପାଇଁ ହାର୍ଦ୍ଧିକ କୃତଜ୍ଞତା ଜଣାଇଥିଲେ |

ବରଗଡରୁ ରାଜେସ ସରାପ , ଇଟିଭି ଭାରତ

ABOUT THE AUTHOR

...view details