ଓଡିଶା

odisha

ETV Bharat / state

Padmapur by Poll Result: ପଦ୍ମପୁରରେ ପୁଣି ବିଜେଡିର ଜଲୱା, ବିପୁଳ ଭୋଟ୍‌ରେ ଜିତିଲେ ବର୍ଷା

ପଦ୍ମପୁରରେ ପୁଣି ବିପୁଳ ବିଜୟ ହାସଲ କରିଛି ବିଜେଡି। ବିଜେପିର ପ୍ରଦୀପ ପୁରୋହିତଙ୍କୁ ବଡ଼ ବ୍ୟବଧାନ ହରାଇଛନ୍ତି ବିଜେଡିର ବର୍ଷା ସିଂହ ବରିହା। ପଦ୍ମପୁର ଉପନିର୍ବାଚନ ବିଜେପିର ସବୁ ଅଙ୍କ ଭୁଲ୍‌ ହୋଇଛି। ଅଧିକ ପଢ଼ନ୍ତୁ

BJD registered won in a huge margin in Padmapur by Poll
Padmapur by Poll Result: ପଦ୍ମପୁରରେ ପୁଣି ବିଜେଡିର ଜଲୱା, ବିପୁଳ ଭୋଟ୍‌ରେ ଜିତିଲେ ବର୍ଷା

By

Published : Dec 8, 2022, 3:56 PM IST

Updated : Dec 8, 2022, 11:07 PM IST

ଭୁବନେଶ୍ବର:ସବୁ ଆକଳନକୁ ଭୁଲ୍‌ ପ୍ରମାଣିତ କରି ପଦ୍ମପୁର ଆସନ ହାତେଇ ନେଇଛି ବିଜେଡି। ପଦ୍ମପୁରରେ ଦେଖିବାକୁ ମଳିଛି ନବୀନ ମ୍ୟାଜିକ। ଶେଷ ମୂହୁର୍ତ୍ତରେ ବିଜେଡି ସୁପ୍ରିମୋଙ୍କ ହାଇଭୋଲଟେଜ୍‌ ପ୍ରଚାର ପଦ୍ମପୁରବାସୀଙ୍କ ବଶ୍ବାସ ଜିତି ପାରିଛି । ଏହା ପଦ୍ମପୁର ଉପନିର୍ବାଚନ ଫଳାଫଳରୁ ପ୍ରମାଣିତ ହୋଇଛି । ଧାମନଗର ଉପନିର୍ବାଚନ ଫଳାଫଳର ପ୍ରତିଶୋଧ ନେଇଛି ବିଜେଡି।

Padmapur by Poll Result: ପଦ୍ମପୁରରେ ପୁଣି ବିଜେଡିର ଜଲୱା, ବିପୁଳ ଭୋଟ୍‌ରେ ଜିତିଲେ ବର୍ଷା

ପଦ୍ମପୁରକୁ ଇନ୍‌ପୁଟ୍‌ ସବସିଡି ଘୋଷଣା, ଜିଲ୍ଲା ମାନ୍ୟତା ପ୍ରତିଶୃତି ଉପରେ ଲୋକେ ଭରସା କରିଛନ୍ତି । ଯାହାଫଳରେ ବିଜେଡି ପ୍ରାର୍ଥିନୀ ବର୍ଷା ସିଂ ବରିହା ବିପୁଳ ଭୋଟ୍‌ରେ ବିଜୟୀ ହୋଇଛନ୍ତି। କେବଳ ଔପଚାରିକ ଘୋଷଣା ବାକି ରହିଛି । ଏଠାରେ ବିଜେଡି ପ୍ରାର୍ଥିନୀ ପ୍ରାୟ 42 ହଜାରରୁ ଅଧିକ ଭୋଟରେ ବିଜୟୀ ହୋଇଛନ୍ତି । କୂଳତା ଓ ମେହେର ସମାଜ ଉନ୍ନୟନର ବିଶ୍ବାସ ଜିତି ପାରିଛି ବିଜେଡି । ଏହା ହିଁ ବିଜେଡିର ବିଜୟରେ ସହାୟକ ହୋଇଛି। ଭୋଟ ଗଣତି ଆରମ୍ଭରୁ ଆଗୁଆ ରହି ସମସ୍ତ ଆକଳନକୁ ଭୁଲ୍‌ ପ୍ରମାଣିତ କରିଛି ବିଜେଡି ।

ଧାମନଗରରୁ ଶିକ୍ଷା ପାଇ ପଦ୍ମପୁରରେ ସମସ୍ତ ବଳ ଲଗାଇଥିଲା ଶାସକ ଦଳ । ଦଳୀୟ ନେତୃତ୍ବ ଭୋଟରଙ୍କ ବିଶ୍ବାସ ଜିତିବା ପାଇଁ କୌଣସି ସୁଯୋଗ ହାତଛଡ଼ା କରି ନଥିଲେ। ପ୍ରତ୍ୟେକ ୱାର୍ଡରେ ଲୋକଙ୍କ ନିକଟରେ ପହଞ୍ଚିଥିଲେ ବିଜେଡି ନେତାଏ। ଯାହାଫଳରେ ପଦ୍ମପୁର ଲଢ଼େଇରେ ଧରାଶାୟୀ ହୋଇଛି ବିଜେପି। ସେପଟେ ବିରୋଧୀ ବିଜେପି ଓ କଂଗ୍ରେସ ମଧ୍ୟ ଜୋରଦାର ପ୍ରଚାର କରିଥିଲେ । ତେବେ ଏହି ପ୍ରଚାର ଲୋକଙ୍କ ବିଶ୍ବାସ ଜିତି ପାରିନି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଚାର ମଙ୍ଗ ଧରି ମୁଖ୍ୟମନ୍ତ୍ରୀଙ୍କୁ ଅନେକ ପ୍ରସଙ୍ଗ ଉପରେ ଟାର୍ଗେଟ୍‌ କରିଥିଲେ । ତେବେ ତାହାର ପ୍ରଭାବ ପଦ୍ମପୁରରେ ଦେଖିବାକୁ ମିଳିନାହିଁ। ବିଜେପିର ସବୁ ଅଙ୍କ ଏଠାରେ ଭୁଲ୍‌ ପ୍ରମାଣିତ ହୋଇଛି।

ସେପଟେ କଂଗ୍ରେସ ପୁଣି ଅମାନତ ହରାଇଛି । ଏହାପୂର୍ବରୁ ଧାମନଗରରେ ମଧ୍ୟ କଂଗ୍ରେସ ଅମାନତ ହରାଇଥିଲା। ଏହାକୁ ପୁଣି ପଦ୍ମପୁରରେ ଦୋହରାଇଛି କଂଗ୍ରେସ। ପୂର୍ବତନ ବିଧାୟକ ତଥା କଂଗ୍ରେସର ପୁରୁଖା ନେତା ସତ୍ୟଭୂଷଣ ସାହୁଙ୍କୁ ପସନ୍ଦ କରି ନାହାନ୍ତି ଭୋଟର। 2019 ସାଧାରଣ ନିର୍ବାଚନରେ ସତ୍ୟଭୂଷଣ 32 ହଜାର ଭୋଟ ପାଇଥିଲେ। କିନ୍ତୁ ଏଥର ଉପନିର୍ବାଚନରେ ତାହା ଦୋହରାଇ ପାରିନାହାନ୍ତି ସତ୍ୟଭୂଷଣ। ଫଳରେ ଆଉ ଏକ ଉପନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ହୋଇଛି । ଯାହା ରାଜ୍ୟରେ କଂଗ୍ରେସର ଭବିଷ୍ୟତ ଉପରେ ପ୍ରଶ୍ନ ଉଠିଛି। ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ଅନେକ ପ୍ରସଙ୍ଗ ଉଠାଇଥିଲା କଂଗ୍ରେସ। ତେବେ ତାହା ଲୋକଙ୍କୁ ବୁଝାଇବାରେ ଅସମର୍ଥ ରହିଛି କଂଗ୍ରେସ ।

ପଦ୍ମପୁରକୁ ମିଶାଇ ଗତ 7ଟି ଉପନିର୍ବାଚନରେ କଂଗ୍ରେସ 5ଟି ନିର୍ବାଚନରେ ଅମାନତ ହରାଇଲାଣି। ତିର୍ତ୍ତୋଲ ଉପନିର୍ବାଚନରେ କଂଗ୍ରେସର ହିମାଂଶୁ ମଲ୍ଲିକ ଭଲ ଭୋଟ ପାଇଥିଲେ । ସେହିଭଳି ବ୍ରଜରାଜନଗରରେ କିଶୋର ପଟେଲ ପ୍ରାୟ 27 ହଜାର ଭୋଟ ପାଇଥିଲେ । କଂଗ୍ରେସ ପଦ୍ମପୁରରେ ପ୍ରଚାର ପରିଚାଳନା କରିବାରେ ଫେଲ୍‌ ମାରିଛି । ପିସିସି ସଭାପତି ଶରତ ପଟ୍ଟନାୟକ ଖୋଦ୍‌ ପ୍ରଚାର ମଙ୍ଗ ଧରିଥିଲେ। କିନ୍ତୁ ତାରା ପ୍ରସାଦ ବାହିନୀପତି, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଭଳି ନେତା ପଦ୍ମପୁରରେ ପ୍ରଚାରରୁ ନିଜକୁ ଦୂରେଇ ରଖିଥିଲେ। ସେପଟେ ଜୟଦେବ ଜେନା, ନିରଞ୍ଜନ ପଟ୍ଟନାୟକ ଭଳି ନେତା ପ୍ରଚାର ଶେଷ ହେବା ପୂର୍ବରୁ ପଦ୍ମପୁର ଛାଡିବା ଦଳ ପାଇଁ ମହଙ୍ଗା ପଡ଼ିଛି।

Last Updated : Dec 8, 2022, 11:07 PM IST

ABOUT THE AUTHOR

...view details