ବରଗଡ: କୋରୋନା ମହାମାରୀ ଭୟରେ ଲୋକେ ଆତଙ୍କିତ ହୋଇ ପଡିଥିବା ବେଳେ ଦିନକୁ ଦିନ ରାଜ୍ୟରେ ବଢି ଚାଲିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏପରି ପରିସ୍ଥିତିରେ କେବଳ ଭଗବାନଙ୍କର ଆଶା ଓ ଭରଷାରେ ନିଜକୁ ଛାଡି ଦେଇଛନ୍ତି ବହୁ ଲୋକେ । ଏହି ମହାମାରୀରୁ ରକ୍ଷା ପାଇବା ପାଇଁ ମହାଦେବ ଭଗବାନ ଶିବଙ୍କ ଉପରେ ଆସ୍ଥା ରଖି ମନ୍ଦିର ନିର୍ମାଣ ପାଇଁ ଶୁଭ ସ୍ତମ୍ଭ ସ୍ଥାପନ କରିଛନ୍ତି ବିଜେପୁର ବିଧାୟିକା ରୀତା ସାହୁ ।
କୋରୋନାରୁ ରକ୍ଷା ପାଇବା ପାଇଁ ଶିବ ମନ୍ଦିର ନିର୍ମାଣର ଶୁଭ ଦେଲେ ବିଧାୟିକା - କୋରୋନାରୁ ରକ୍ଷା ପାଇବା ପାଇଁ ଶିବ ମନ୍ଦିର ନିର୍ମାଣ
କୋରୋନା ମହାମାରୀରୁ ରକ୍ଷା ପାଇବା ପାଇଁ ମହାଦେବ ଭଗବାନ ଶିବଙ୍କ ଉପରେ ଆସ୍ଥା ରଖି ମନ୍ଦିର ନିର୍ମାଣ ପାଇଁ ଶୁଭ ସ୍ତମ୍ଭ ସ୍ଥାପନ କରିଛନ୍ତି ବିଜେପୁର ବିଧାୟିକା ରୀତା ସାହୁ |
କୋରୋନାରୁ ରକ୍ଷା ପାଇବା ପାଇଁ ଶିବ ମନ୍ଦିର ନିର୍ମାଣର ଶୁଭ ଦେଲେ ବିଜେପୁର ବିଧାୟିକା
ବରପାଲି ବ୍ଲକ କୁମ୍ଭାରୀ ପଞ୍ଚାୟତ ବାଦପାଲିର ଏକ ବିରାଟ ପୋଖରୀ ମଧ୍ୟରେ ରହିଥିବା ଟାପୁରେ ଶିବ ମନ୍ଦିର ନିର୍ମାଣର ଶୁଭ ଦେଇଛନ୍ତି ବିଧାୟିକା । ଏକ ନଉକା ସାହାଯ୍ୟରେ ପୋଖରୀ ଦେଇ ଏହି ଟାପୁ ଭିତରକୁ ଯାଇ ସେଠାରେ ପୂଜା ବିଧି ସାରି ଶୁଭ ଦେଇଛନ୍ତି ସେ । ଗାଁ ଲୋକଙ୍କ ବିଶ୍ବାସ ରହିଛି ଯେ ଭଗବାନ ଶିବ ଗ୍ରାମବାସୀଙ୍କୁ ଏହି ମହାମାରୀରୁ ରକ୍ଷା କରିବେ ।
ବରଗଡରୁ ରାଜେଶ ସରାଫ, ଇଟିଭି ଭାରତ