ବରଗଡ: ପଦ୍ମପୁର ଉପନିର୍ବାଚନ ପାଇଁ ଗତକାଲି ବିଜୁ ଜନତା ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନିଜେ ନିର୍ବାଚନ ପ୍ରଚାର ମୈଦାନକୁ ଓହ୍ଲାଇଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ପ୍ରଥମେ ଝାରବନ୍ଧ, ପାଇକମାଲ ଓ ପରେ ପଦ୍ମପୁରରେ ତିନିଗୋଟି ବିରାଟ ଜନସଭାକୁ ସମ୍ବୋଧନ କରିଥିଲେ । ଝାରବନ୍ଦ ଅଞ୍ଚଳରେ ରହିଥିବା ଡେମର ପୁନଃଉଦ୍ଧାର କରାଯିବ, ଏଠାକାର ରହିଥିବା ବିଦ୍ୟୁତ ସମସ୍ୟାର ମଧ୍ୟ ସମାଧାନ ସହିତ ଜନସାଧାରଣଙ୍କ ରହିଥିବା ସମସ୍ତ ଦାବି ନିଶ୍ଚୟ ପୂରଣ ହେବ ଏବଂ ବିଜେଡି ପ୍ରାର୍ଥିନୀ ବର୍ଷା ସିଂ ବରିହାଙ୍କୁ ଆଗାମୀ 5 ତାରିଖରେ ଭୋଟ ଦେବାକୁ ଅପିଲ କରିଥିଲେ ।
ସେହିପରି ପାଇକମାଲ ଏମଇ ସ୍କୁଲ ପଡ଼ିଆରେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ନିଜ ଗଡରେ ମୁଖ୍ୟମନ୍ତ୍ରୀ ପ୍ରଚାର ରହିଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଠାରେ ଜନସାଧାରଣଙ୍କୁ ଉଦବୋଧନ ଦେଇ ଆମେ କଥାରେ ନୁହେଁ କାମରେ ବିଶ୍ୱାସ କରୁ । ରାଜ୍ୟ ସରକାର କେନ୍ଦୁ ପତ୍ର ତୋଳାଳିଙ୍କ ପାଇଁ ସହାୟତା ଯୋଗେଇଛି ମାତ୍ର କେନ୍ଦ୍ର ସରକାର 18 % GST ଯୋଡି ଗରିବଙ୍କ ପେଟରୁ ଦାନା ଛଡାଇଛି । ରାଜ୍ୟବାସୀଙ୍କୁ ସହାୟତା ପ୍ରଦାନ କରିବାରେ ଓଡିଶା ଆଜି ଦେଶରେ ଏକ ନମ୍ବର ହୋଇପାରିଛି । ବିଜୁ ଜନତା ଦଳ କେବେବି ମିଥ୍ୟା ପ୍ରତିଶୃତି ଦେଇ ଲୋକଙ୍କୁ ଠକିବାର ପ୍ରସାୟ କରେନାହି ବୋଲି କହିଥିଲେ ।