ବରଗଡ଼: ପେଟ୍ରୋଲ, ଡିଜେଲ ଓ ଏଲପିଜି ଗ୍ୟାସର ଅହେତୁକ ଦର ବୃଦ୍ଧି ସାଙ୍ଗକୁ ଖାଇବା ସାମଗ୍ରୀର ଦର ମଧ୍ୟ ଆକାଶ ଛୁଆଁ ହେବାରେ ଲାଗିଛି । ଏହାର ପ୍ରତିବାଦରେ ଗତକାଲି(ମଙ୍ଗଳବାର) କେନ୍ଦ୍ର ସରକାର ବିରୋଧରେ ବରଗଡ଼ ଜିଲ୍ଲା ବିଜୁ ମହିଳା ଦଳ ପକ୍ଷରୁ ସ୍ଥାନୀୟ ଗାନ୍ଧିଛକଠାର ଆନ୍ଦୋଳନ କରାଯାଇଥିଲା । ସାଧାରଣ ଜନତାଙ୍କ ଉପରେ ଯେଉଁ ଭାବରେ ଖାଦ୍ୟର ଏବଂ ରୋଷେଇ ଗ୍ୟାସର ଦର ବୃଦ୍ଧିର ପ୍ରଭାବ ପଡ଼ୁଛି, ତାହା ଆଉ ସହ୍ୟ କରି ହେଉନାହିଁ ।
ବରଗଡରେ ଦରଦାମ୍ ବୃଦ୍ଧି ପ୍ରତିବାଦ କଲା ବିଜୁ ମହିଳା ଦଳ - ଖାଇବା ସାମଗ୍ରୀର ଦରବୃଦ୍ଧି
ପେଟ୍ରୋଲ, ଡିଜେଲ ଓ ଏଲପିଜି ଗ୍ୟାସର ଅହେତୁକ ଦର ବୃଦ୍ଧି ସାଙ୍ଗକୁ ଖାଇବା ସାମଗ୍ରୀର ଦର ମଧ୍ୟ ଆକାଶ ଛୁଆଁ ହେବାରେ ଲାଗିଛି । ଏହାର ପ୍ରତିବାଦରେ ଗତକାଲି(ମଙ୍ଗଳବାର) ବରଗଡ଼ ଜିଲ୍ଲା ବିଜୁ ମହିଳା ଦଳ ପକ୍ଷରୁ ସ୍ଥାନୀୟ ଗାନ୍ଧିଛକଠାର ଆନ୍ଦୋଳନ କରାଯାଇଥିଲା । ଅଧିକ ପଢନ୍ତୁ...
![ବରଗଡରେ ଦରଦାମ୍ ବୃଦ୍ଧି ପ୍ରତିବାଦ କଲା ବିଜୁ ମହିଳା ଦଳ ଖାଇବା ସାମଗ୍ରୀର ଦରବୃଦ୍ଧି ପ୍ରତିବାଦରେ ବିଜୁ ମହିଳା ଦଳ ପକ୍ଷରୁ ଆନ୍ଦୋଳନ](https://etvbharatimages.akamaized.net/etvbharat/prod-images/768-512-13534557-thumbnail-3x2-bargarh.jpg)
ଖାଇବା ସାମଗ୍ରୀର ଦରବୃଦ୍ଧି ପ୍ରତିବାଦରେ ବିଜୁ ମହିଳା ଦଳ ପକ୍ଷରୁ ଆନ୍ଦୋଳନ
ଖାଇବା ସାମଗ୍ରୀର ଦରବୃଦ୍ଧି ପ୍ରତିବାଦରେ ବିଜୁ ମହିଳା ଦଳ ପକ୍ଷରୁ ଆନ୍ଦୋଳନ
ଏନେଇ ମହିଳାମାନେ ଏହାର ପ୍ରତିବାଦ କରି ପ୍ରଥମେ ଆନ୍ଦୋଳନରେ ବସିଥିଲେ ଏବଂ ପରେ ବରଗଡ଼ ଜିଲ୍ଲାପାଳଙ୍କୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଥିଲେ । ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ, ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କ ସମେତ ଅନେକ ବିଜେଡ଼ି ନେତା ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ ।
ବରଗଡ଼ରୁ ରାଜେଶ ସରାପ, ଇଟିଭି ଭାରତ