ବରଗଡ: ବିଜେପୁର ଉପ-ନିର୍ବାଚନ ପାଇଁ ଉଠୁଛି ପଡୁଛି ବିଜେପୁର । 3ଦଳ ପ୍ରଚାରକୁ ଜୋରଦାର କରିଛନ୍ତି । ବୁଧବାର ବିଜେପିର ପ୍ରଚାର ନେତୃତ୍ବ ନେଇଥିଲେ ରାଜ୍ୟ ପ୍ରଭାରୀ ଅରୁଣ ସିଂ । ଏହି ଅବସରରେ ଅରୁଣ ବିଜେପୁରରେ ପ୍ରଚାର ଅଭିଯାନକୁ ବଳ ଯୋଗାଇଛନ୍ତି । ଏହାସହ ଦଳୀୟ ନେତାଙ୍କୁ ନେଇ ପ୍ରଚାର ଜୋରଦାର କରିଥିଲେ ।
ବିଜେପୁରରେ ବିଜେପିର ବିଜୟ ସୁନିଶ୍ଚିତ: ଅରୁଣ ସିଂ - ବିଜେପିର ବିଜୟ ନିଶ୍ଚିତ
ବିଜେପୁର ବିଜୟ ପାଇଁ ଚାଲିଛି ମାରାଥନ ପ୍ରଚାର । ତିନି ଦଳ ଏବେ ମୈଦାନରେ ମୁହାଁମୁହିଁ । ଅରୁଣ ସିଂ କହିଲେ ବିଜେପିର ବିଜୟ ସୁନିଶ୍ଚିତ । ଅଧିକ ପଢନ୍ତୁ...
ଫଟୋ ସୌଜନ୍ୟ: ସମ୍ବାଦଦାତା, ବରଗଡ
ପରେ ଏକ ସାମ୍ବାଦିକ ସମ୍ମିଳନୀ କରି ବିଜେପିର ବିଜୟ ସୁନିଶ୍ଚିତ ବୋଲି ଦୃଢକ୍ତି ପ୍ରକାଶ କରିଥିଲେ । ଏହାସହ ନବୀନ ପଟ୍ଟନାୟକଙ୍କ ବିଜେପୁର ଗସ୍ତ କୌଣସି ପ୍ରଭାବ ପକାଇବ ନାହିଁ ବୋଲି କହିଛନ୍ତି ଅରୁଣ । ସାଧାରଣ ନିର୍ବାଚନ ଓ ଉପ-ନିର୍ବାଚନରେ ଆକାଶ ପାତାଳ ଫରକ ଅଛି ବୋଲି କହିଛନ୍ତି ସେ ।
ବରଗଡରୁ ରାଜେଶ ସରାପ, ଇଟିଭି ଭାରତ