ଓଡିଶା

odisha

ETV Bharat / state

ବିଜେପୁର ଉପନିର୍ବାଚନ: ଗଡ ଜଗିଛନ୍ତି ଯୁବନେତା - bijepur by election

ବିଜେପୁର ଉପନିର୍ବାଚନ ପାଇଁ ତିନି ପ୍ରମୁଖ ଦଳ ଏବେ ପ୍ରଚାରରେ ଲାଗି ପଡିଛନ୍ତି। ବିଜେଡି ପୁଣିଥରେ ଏହି ଗଡକୁ ଦଖଲ କରିବା ପାଇଁ ଉଦ୍ୟମ ଚଳାଇଥିବା ବେଳେ ବିଜେପି ଓ କଂଗ୍ରେସ ମଧ୍ୟ ପଛରେ ପଡିନାହାଁନ୍ତି।

ଡିଜାଇନ ଫଟୋ

By

Published : Oct 16, 2019, 2:34 PM IST

ବରଗଡ: ଆସନ୍ତା 21 ତାରିଖରେ ହେବ ବିଜେପୁର ଉପନିର୍ବାଚନ। ଏହି ମହାଲଢେଇ ପାଇଁ ତିନି ପ୍ରମୁଖ ଦଳଙ୍କ ମଧ୍ୟରେ ଜୋରଦାର ପ୍ରଚାର ଚାଲିଛି। ଶାସକ ବିଜେଡି ଏହି ଗଡକୁ ପୁଣି ଥରେ ଅକ୍ତିଆର କରିବାକୁ ପାରୁପର୍ଯ୍ୟନ୍ତ ଚେଷ୍ଟା କରୁଥିବା ବେଳେ ବିଜେପି ଓ କଂଗ୍ରେସ ମଧ୍ୟ ପଛରେ ପଡିନାହାଁନ୍ତି।

ଏହି ଉପନିର୍ବାଚନର ମତଦାନ ଆଉ ଅଳ୍ପଦିନ ବାକି ଥିବାବେଳେ ବିଜେଡି ପ୍ରାର୍ଥୀ ରୀତା ସାହୁଙ୍କ ପାଇଁ ପ୍ରଚାର କରୁଛନ୍ତି ମାଳ ମାଳ ଯୁବନେତା । ସାଧାରଣ ନିର୍ବାଚନରେ ବିଜେଡି ଏଠାରୁ ବିଜୟୀ ହୋଇଥିବାରୁ ଚଳିତ ଉପନିର୍ବାଚନରେ ମଧ୍ୟ ଦଳ ପୁନର୍ବାର ବିଜୟୀ ହେବ ବୋଲି ଲକ୍ଷ୍ୟ ରଖିଛି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବରଗଡ

ଯେଉଁଥିଲାଗି ଓଡିଶାର ବିଭିନ୍ନ ପ୍ରାନ୍ତରୁ ଅନେକ ଯୁବ ନେତାଙ୍କୁ ଆଣି ଦଳ ଏଠାରେ ପ୍ରଚାର ମୈଦାନକୁ ଓହ୍ଲାଇଛି।ବିଜେଡିର ଯୁବ ସମ୍ପାଦକ ବିଜେପୁର ନିର୍ବାଚନମଣ୍ଡଳୀର ବିଭିନ୍ନ ପଞ୍ଚାୟତର ଦାୟିତ୍ବ ନେଇ ରୀତା ସାହୁଙ୍କ ପାଇଁ ପ୍ରଚାର କରୁଥିବାର ଦେଖିବାକୁ ମିଳୁଛି।

ବରଗଡରୁ ରାଜେଶ ସରାପ୍‌, ଇଟିଭି ଭାରତ

ABOUT THE AUTHOR

...view details