ବରଗଡ: ଆଉ ଦୁଇଦିନ ପରେ ହେବ ବିଜେପୁର ଉପନିର୍ବାଚନ । ଏଥିଲାଗି ସବୁ ଦଳ ଜୋରଦାର ପ୍ରଚାରରେ ଲାଗିଛନ୍ତି । ବିଜେଡିର ପ୍ରଚାର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତଗୁରୁବାର ଜିଲ୍ଲାରେ ଡେରା ପକାଇ ଥିବାବେଳେ, ଶୁକ୍ରବାର ବିଜେପି ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ପ୍ରତାପ ଷଡଙ୍ଗୀ ପ୍ରଚାରରେ ବାହାରିଛନ୍ତି। ସେହିପରି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏବଂ ସୁର ରାଉତରାୟ ମଧ୍ୟ କଂଗ୍ରେସ ଦଳର ପ୍ରଚାର ପାଇଁ ଗାଁ ଗାଁ ବୁଲୁଛନ୍ତି ।
ବିଜେପୁର ଉପନିର୍ବାଚନ: ବିଜେଡିରୁ ନବୀନ, ବିଜେପିରୁ ଧର୍ମେନ୍ଦ୍ର କରିବେ ପ୍ରଚାର - Bijepur by election
ବିଜେପୁର ଉପନିର୍ବାଚନ ପାଇଁ ଜୋରଦାର ଚାଲିଛି ପ୍ରଚାର। ସବୁ ଦଳର ହେଭିୱେଟ ମୈଦାନରେ ଉପସ୍ଥିତ ରହି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରୁଛନ୍ତି।

ଡିଜାଇନ ଫଟୋ
ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବରଗଡ
ବିଜେପୁର ଉପନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ବିଜେପୁର ଓ ବରପାଳି ବ୍ଲକର 30 ଟି ଗ୍ରାମରେ ରୋଡ ସୋ ଜରିଆରେ ପ୍ରଚାର କରିଥିବାବେଳେ, ଶୁକ୍ରବାର ଗାଇସିଲେଟ ବ୍ଲକର 13 ଟି ଗ୍ରାମରେ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି। ସେହିପରି ବିଜେପିରୁ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀ ମଧ୍ୟ ଆଜି ବିଜେପୁର, ବରପାଳି ଓ ଗାଇସିଲେଟ ବ୍ଲକର ବହୁ ସ୍ଥାନରେ ରୋଡ ସୋ କରିବେ ବୋଲି ଜଣାପଡିଛି।
ବରଗଡରୁ ରାଜେଶ ସରାପ୍, ଇଟିଭି ଭାରତ