ଓଡିଶା

odisha

ବିଜେପୁର ଉପନିର୍ବାଚନ: ଶାନ୍ତି ଶୃଙ୍ଖଳାର ସହ ଚାଲିଛି ମତଦାନ

ବିଜେପୁର ଉପନିର୍ବାଚନ ପାଇଁ ଚାଲିଛି ମତଦାନ । ସକାଳ ସାତଟାରୁ ମତଦାନ ଆରମ୍ଭ ହୋଇଥିବାବେଳେ ଶାନ୍ତି ଶୃଙ୍ଖଳାର ସହ ଚାଲିଛି ଏହି ମତଦାନ ପ୍ରକ୍ରିୟା । ତେବେ ଅପରାହ୍ନ 3 ଟା ସୁଦ୍ଧା 56.5 ପ୍ରତିଶତ ମତଦାନ ହୋଇଥିବା ଜଣାପଡିଛି ।

By

Published : Oct 21, 2019, 4:29 PM IST

Published : Oct 21, 2019, 4:29 PM IST

ଡିଜାଇନ ଫଟୋ

ବରଗଡ: ବିଜେପୁର ଉପନିର୍ବାଚନ ପାଇଁ ଚାଲିଛି ମତଦାନ । ସକାଳ ସାତଟାରୁ ମତଦାନ ଚାଲିଥିବାବେଳେ ଅପରାହ୍ନ 3 ଟା ସୁଦ୍ଧା 56.5 ପ୍ରତିଶତ ମତଦାନ ହୋଇଥିବା ଜଣାପଡିଛି ।

ଭିଡିଓ ସୌଜନ୍ଯ: ସମ୍ବାଦଦାତା, ବରଗଡ

285ଟି ବୁଥ୍‌ରେ ସନ୍ଧ୍ୟା 5 ଟା ପର୍ଯ୍ୟନ୍ତ ଏହି ମତଦାନ ହେବ ବୋଲି ଜଣାପଡିଛି । ସେପଟେ ସମସ୍ତ ବୁଥରେ ଶାନ୍ତି ଶୃଙ୍ଖଳାର ସହିତ ମତଦାନ ହେଉଛି । ଗାଇସିଲଟ ବ୍ଲକର 6ଟି ବୁଥ୍‌ ମାଓବାଦୀ ପ୍ରବଣ ଅଞ୍ଚଳରେ ଥିବାରୁ ସେଠାରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ବରଗଡ ଏସପି ପଦ୍ମିନୀ ସାହୁ କହିଛନ୍ତି ।

ବରଗଡରୁ ରାଜେଶ ସରାପ୍‌, ଇଟିଭି ଭାରତ

ABOUT THE AUTHOR

...view details