ଓଡିଶା

odisha

ETV Bharat / state

ବିଜେପୁର ଉପନିର୍ବାଚନରେ କିଏ କରିବ ବାଜିମାତ ? - ବିଜେପୁର ଉପନିର୍ବାଚନ

ବିଜେପୁର ଉପନିର୍ବାଚନ ପାଇଁ ଶେଷ ହୋଇଛି ମତଦାନ । ଏହି ନିର୍ବାଚନ ମଣ୍ଡଳୀର 3ଟି ବ୍ଲକରେ ସମୁଦାୟ 78.96% ମତ ସଂଗ୍ରହ କରାଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବରଗଡ

By

Published : Oct 23, 2019, 5:14 AM IST

ବରଗଡ: ବିଜେପୁର ଉପନିର୍ବାଚନ ପାଇଁ ଶେଷ ହୋଇଛି ମତଦାନ । ଏହି ନିର୍ବାଚନ ମଣ୍ଡଳୀର 3ଟି ବ୍ଲକରେ ସମୁଦାୟ 78.96% ମତ ସଂଗ୍ରହ କରାଯାଇଛି । ତେବେ ଆସନ୍ତା 24ରେ ପ୍ରାର୍ଥୀଙ୍କ ଭାଗ୍ୟଫଳ ଘୋଷଣା ହେବାକୁ ଥିବା ବେଳେ ରାଜନୀତି ବିଶେଷଜ୍ଞମାନଙ୍କ ମତ ଅନୁସାରେ ବିଜେଡି ଦଳର ପ୍ରାର୍ଥୀଙ୍କ ବିଜୟ ହେବାର ସମ୍ଭାବନା ଅଧିକ ରହିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବରଗଡ

ବିଜେପୁର ଉପନିର୍ବାଚନର ପ୍ରଚାର ପ୍ରସାରରେ 3 ପ୍ରମୁଖ ଦଳ ମଧ୍ୟରେ ଯେପରି ଟକ୍କର ରହିଥିଲା ମତଦାନ ସମୟରେ ଏହି ଦୃଶ୍ୟ କିଛି ଅଲଗା ରହିଥିଲା । ଦଳ ହିସାବରେ ଶାସକ ଦଳର ଏହି ନିର୍ବାଚନରେ ଦବଦବା ଅଧିକ ରହିଥିବା ବେଳେ ବିଜେଡି ଦଳର ବିଜୟ ଆଶା ଅଧିକ ରହିଛି ।

କିନ୍ତୁ ଯଦି ପ୍ରାର୍ଥୀ ଭାବେ କୁହାଯାଏ ତେବେ କଂଗ୍ରେସ ଦଳର ଦିଲ୍ଲୀପ ପଣ୍ଡାଙ୍କୁ ଲୋକେ ଅଧିକ ପସନ୍ଦ କରୁଥିବା କୁହନ୍ତି ରାଜନୀତି ବିଶେଷଜ୍ଞ ତଥା ଓକିଲ କିରଣ ମିଶ୍ର ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ABOUT THE AUTHOR

...view details