ବରଗଡ: ବାଜି ସାରିଛି ବିଜେପପୁର ଉପନିର୍ବାଚନ ନିର୍ବାଚନୀ ବିଗୁଲ । ତିନି ପ୍ରମୁଖ ଦଳ ସେମାନଙ୍କ ଆଶାୟୀ ପ୍ରାର୍ଥୀଙ୍କ ନାମ ଘୋଷଣା ପରେ ଆରମ୍ଭ ହୋଇଛି ପ୍ରଚାର ଅଭିଯାନ । ଏହିକ୍ରମରେ ବିଜେପୁର ପଡାଗ୍ରାମରେ ଆୟୋଜିତ ଜନସମାବେଶରେ ଯୋଗ ଦେଇଛନ୍ତି କଂଗ୍ରେସର ବହୁ ତୁଙ୍ଗ ନେତା ।
ବିଜେପୁର ଉପନିର୍ବାଚନରେ ପ୍ରତିଦ୍ବନ୍ଦିତା କରୁଥିବା ଦଳୀୟ ପ୍ରାର୍ଥୀ ଦିଲ୍ଲୀପ ପଣ୍ଡାଙ୍କ ପ୍ରଚାର ପ୍ରସାର ପାଇଁ ଲାଗିପଡିଛି ରାଜ୍ୟ କଂଗ୍ରେସ । ଦଳ ପକ୍ଷରୁ ବିଜେପୁରର ପଡ଼ାଗ୍ରାମରେ ଜନସମାବେଶର ଆୟୋଜନ କରାଯାଇଥିଲା । ଯେଉଁଥିରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଓଡ଼ିଶା ପ୍ରଭାରୀ ଜିତେନ୍ଦ୍ର ସିଂ, ଜାତୀୟ ପ୍ରଭାରୀ ମୁସ୍ତାକ ଅଲ୍ଲୀ, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା, ଜଗନ୍ନାଥ ପଟ୍ଟନାୟକ , ପ୍ରଦୀପ ମାଝୀ, ପ୍ରଦୀପ ଦେବତା, ପ୍ରକାଶ ଦେବତା ପ୍ରମୁଖ ଯୋଗ ଦେଇଥିଲେ ।