ଓଡିଶା

odisha

ETV Bharat / state

ବିଧବା ମହିଳାଙ୍କୁ ଗଣଦୁଷ୍କର୍ମ ଘଟଣା; 50 ଲକ୍ଷ ଟଙ୍କାର କ୍ଷତିପୂରଣ ଦାବି କଲା ସମ୍ବଲପୁର ଭୀମ ଆର୍ମି - ଗଣଦୁଷ୍କର୍ମ

ଦିନକୁ ଦିନ ରାଜ୍ୟରେ ବଢି ଚାଲିଛି ଦୁଷ୍କର୍ମ ଭଳି ଲଜ୍ଜାଜନକ ଘଟଣା । ବରଗଡ ଜିଲ୍ଲାରୁ ଆସିଛି ଏଭଳି ଏକ ସଙ୍ଗୀନ ଅଭିଯୋଗ । ଜଣେ ଦଳିତ ବିଧବା ମହିଳାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ଆସିଛି । ଅଧିକ ପଢନ୍ତୁ...

ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ;50 ଲକ୍ଷ ଟଙ୍କାରର କ୍ଷତିପୂରଣ ଦାବି କଲା ସମ୍ବଲପୁର ଭୀମ ଆର୍ମି
ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ;50 ଲକ୍ଷ ଟଙ୍କାରର କ୍ଷତିପୂରଣ ଦାବି କଲା ସମ୍ବଲପୁର ଭୀମ ଆର୍ମି

By

Published : Aug 26, 2021, 11:44 AM IST

ସମ୍ବଲପୁର:ଦିନକୁ ଦିନ ରାଜ୍ୟରେ ବଢି ଚାଲିଛି ଦୁଷ୍କର୍ମ ଭଳି ଲଜ୍ଜାଜନକ ଘଟଣା । ବରଗଡ ଜିଲ୍ଲାର ଗାଇସଲେଟରୁ ଆସିଛି ଏଭଳି ଏକ ସଙ୍ଗୀନ ଅଭିଯୋଗ । ଜଣେ ଦଳିତ ବିଧବା ମହିଳାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ଆସିଛି । ମହିଳା ଜଣକ ଗୁରୁତର ଅବସ୍ଥାରେ ବୁର୍ଲା ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଏହି ଘଟଣାରେ 12 ଜଣଙ୍କ ସମ୍ପୃକ୍ତି ଥିବା ବେଳେ ବର୍ତ୍ତମାନ ସୁଦ୍ଧା ମାତ୍ର 4 ଜଣଙ୍କୁ ଗିରଫ କରାଯାଇଥିବା ଅଭିଯୋଗ ହୋଇଛି ।

ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ;50 ଲକ୍ଷ ଟଙ୍କାରର କ୍ଷତିପୂରଣ ଦାବି କଲା ସମ୍ବଲପୁର ଭୀମ ଆର୍ମି

ସେପଟେ ମହିଳାଙ୍କୁ ନ୍ୟାୟ ଦେବା ପାଇଁ ଅଣ୍ଚା ଭିଡିଛି ସମ୍ବଲପୁର ଭୀମ ଆର୍ମୀ । ପୀଡିତାଙ୍କୁ 50 ଲକ୍ଷ ଟଙ୍କାର କ୍ଷତିପୂରଣ ରାଶି ସହ ସମସ୍ତ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି ହୋଇଛି। ଏନେଇ ଖୁବଶିଘ୍ର କାର୍ଯ୍ୟାନୁଷ୍ଠାନ ନ ନିଆଗଲେ ସମ୍ବଲପୁର ଭୀମ ଆର୍ମି ପକ୍ଷରୁ ଆନ୍ଦୋଳନ କରାଯିବ ବୋଲି ଭୀମ ଆର୍ମିର ଜିଲ୍ଲା ଉପସଭାପତି ରିଙ୍କୁ ଜଗତ ସୂଚନା ଦେଇଛନ୍ତି। ଦାବି ପୁରଣ ନହେଲେ ଆଗାମୀ ଦିନରେ ଭୀମ ଆର୍ମି ପୀଡିତାଙ୍କୁ ନ୍ୟାୟ ଦେବା ପାଇଁ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛି।

ସମ୍ବଲପୁରରୁ ବାଦଶାହ ଯୁଷ୍ମନ ରଣା,ଇଟିଭି ଭାରତ

ABOUT THE AUTHOR

...view details