ବରଗଡ଼: ରାଜ୍ୟ ସରକାର ସମସ୍ତ ଗରିବ ପରିବାରମାନଙ୍କୁ ସରକାରୀ ସହାୟତା ଯୋଗେଇ ଦେଉଛନ୍ତି ସତ କିନ୍ତୁ ତାହା ପ୍ରକୃତରେ ଲୋକଙ୍କ ପାଖକୁ ଅପହଞ୍ଚ ହେଉଛି । ଆଉ ଏହାର ଉଦାହରଣ ଦେଖିବାକୁ ମିଳିଛି ବରଗଡ ଜିଲ୍ଲାରେ । ଲକଡାଉନ ସମୟରେ ମଧ୍ୟ ପିଡିଏସ ସାମଗ୍ରୀ ପାଉନଥିବା ଅଭିଯୋଗ ନେଇ ମଙ୍ଗଳବାର ବରଗଡ ଜିଲ୍ଲାପାଳଙ୍କ ନିକଟକୁ ପହଞ୍ଚିଛନ୍ତି ବହୁ ହିତାଧିକାରୀ ।
ବରଗଡ ଜିଲ୍ଲା ବରପାଲି ବ୍ଲକ ଅନ୍ତର୍ଗତ କଟାପାଳି ପଞ୍ଚାୟତ ସର୍ନାପାଳି ଗ୍ରାମର ବହୁ ହିତାଧିକାରୀ ଆଜି ବରଗଡ ଜିଲ୍ଲାପାଳଙ୍କ ନିକଟକୁ ଅଭିଯୋଗ ନେଇ ପହଞ୍ଚିଥିଲେ । ଲକଡାଉନ ପୂର୍ବରୁ ଦୀର୍ଘ 7 ମାସ ହେଲାଣି ବହୁ ହିତାଧିକାରୀଙ୍କୁ ପିଡିଏସ ସାମଗ୍ରୀ ଦିଆଯାଉନଥିବା ବେଳେ ତାଙ୍କର ସମସ୍ତ ସାମଗ୍ରୀ ହଡପ କରିଦିଆଯାଉଥିବା ଅଭିଯୋଗ ହୋଇଛି ।