ଓଡିଶା

odisha

ETV Bharat / state

ପ୍ରାକ ନିର୍ବାଚନୀ ହିଂସା, ବିଜେପି କର୍ମୀଙ୍କୁ ଭୁଜାଲିରେ ଆକ୍ରମଣ - ଭୁଜାଲିରେ ହାଣିଲେ ବିଜେପି କର୍ମୀଙ୍କୁ

ସରିଛି ତାରିଖ ଘୋଷଣା ହେଲେ ପ୍ରାର୍ଥୀ ଘୋଷଣା ନହେବା ପୂର୍ବରୁ ବିଜେପୁରରେ ଦେଖା ଦେଲାଣି ନିର୍ବାଚନୀ ହିଂସା | ବିଜେପୁରରେ ଗତ ଉପନିର୍ବାଚନ ପୂର୍ବରୁ ଯେଉଁ ବିଜେପି କର୍ମୀଙ୍କ ଘରକୁ ଗୁଳି ଚଳାଇ ଆକ୍ରମଣ କରାଯାଇଥିଲା ସେହି ବିଜେପି କର୍ମୀଙ୍କୁ ପୁଣି ଭୁଜାଲିରେ ଆକ୍ରମଣ କରିବା ଘଟଣା ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି |

ଫଟୋ ସୌଜନ୍ୟ: ସମ୍ବାଦଦାତା ବରଗଡ

By

Published : Sep 28, 2019, 11:27 AM IST

ବରଗଡ: ପୁଣି ଅଶାନ୍ତ ହେଲା ସାରା ରାଜ୍ୟରେ ବହୁ ଚର୍ଚ୍ଚିତ ରହିଥିବା ବିଜେପୁର ନିର୍ବାଚନ ମଣ୍ଡଳୀ । ତାରିଖ ଘୋଷଣା ହୋଇଥିଲେ ପ୍ରାର୍ଥୀ ଘୋଷଣା ନହେବା ପୂର୍ବରୁ ବିଜେପୁରରେ ଦେଖା ଦେଲାଣି ନିର୍ବାଚନୀ ହିଂସା । ବିଜେପୁରରେ ଗତ ଉପନିର୍ବାଚନ ପୂର୍ବରୁ ଯେଉଁ ବିଜେପି କର୍ମୀଙ୍କ ଘରକୁ ଗୁଳି ଚଳାଇ ଆକ୍ରମଣ କରାଯାଇଥିଲା, ସେହି ବିଜେପି କର୍ମୀଙ୍କୁ ପୁଣି ଆଜି ଭୁଜାଲିରେ ଆକ୍ରମଣ କରିବା ଘଟଣା ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି ।

ଖବର ଅନୁଯାୟୀ, ଗତ ଉପନିର୍ବାଚନ ସମୟରେ ବିଜେପୁର ପଡା ଗ୍ରାମରେ ମନ ମେହେର ନାମକ ବିଜେପି ଦଳର କର୍ମୀଙ୍କ ଘରକୁ ଗୁଳି କରି ଫାଇରିଙ୍ଗ କରାଯାଇଥିବା ବେଳେ ଶୁକ୍ରବାର ପୁଣି ମନ ମେହେରଙ୍କୁ ଭୁଜାଲିରେ ଆକ୍ରମଣ କରି ଲହୁଲୁହାଣ କରାଯାଇଛି । ମନ ମେହେର ତାଙ୍କର ଦୁଇଜଣ ସାଙ୍ଗ ସହିତ ସୋହେଲାକୁ ଆସି ବାଇକରେ ଫେରୁଥିଲେ। ଏହି ସମୟରେ ବିଜେପୁର କନାପାଳି ଛକ ନିକଟରେ ଦୁଇଟି ବାଇକରେ ୫ ରୁ ୬ ଜଣ ମନ ମେହେରଙ୍କୁ ଅଟକାଇଥିଲେ ଏବଂ ବାଡିରେ ନିର୍ଦ୍ଦୁମ ମାଡ ମାରିବା ସହ ଭୁଜାଲିରେ ତାଙ୍କର ହାତ ଓ ପିଠିରେ ଆକ୍ରମଣ କରିଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା ବରଗଡ

ତେବେ ମନ ମେହେର ଲହୁଲୁହାଣ ହୋଇ ତଳେ ପଡିଯାଇଥିବାବେଳେ ତାଙ୍କ ସାଙ୍ଗମାନେ ଭୟରେ ଚାଲିଯାଇଥିଲେ । ଦୁର୍ବୃତ୍ତମାନେ ଚାଲିଯିବାରୁ ମନ ମେହେରଙ୍କୁ ସେଠାରୁ ଉଦ୍ଧାର କରି ବିଜେପୁର ଡାକ୍ତରଖାନାକୁ ଅଣାଯାଇଥିଲା | ପରେ ବରଗଡ ସରକାରୀ ଡାକ୍ତରଖାନାରେ ତାଙ୍କୁ ଭର୍ତ୍ତି କରାଯାଇଥିଲା ।

ବିଜେପୁର ଉପନିର୍ବାଚନ ପୂର୍ବରୁ ବିଜେଡି ଦଳର ଏପରି ଗୁଣ୍ଡାଗିରିକୁ ଜିଲ୍ଲା ବିଜେପି ଦଳ ପକ୍ଷରୁ ନିନ୍ଦା କରାଯାଇଛି। ଏହାସହ ବିଜେପି କର୍ମୀଙ୍କୁ ଭୟଭୀତ କରାଇବା ବିରୋଧରେ ବରଗଡ ପୋଲିସ ଏସପିଙ୍କୁ ଆଜି ଦଳ ଭେଟିବ ବୋଲି କହିଛି |

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ABOUT THE AUTHOR

...view details