ଓଡିଶା

odisha

Municipal Election: ବରଗଡରେ ପ୍ରସ୍ତୁତି ଶେଷ, କାଲି ପଡିବ ଭୋଟ

By

Published : Mar 23, 2022, 10:52 PM IST

ପୌରପରିଷଦ ନିର୍ବାଚନ ପାଇଁ ବରଗଡରେ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ପ୍ରସ୍ତୁତି । ଅଧିକ ପଢନ୍ତୁ

Municipal Election: ବରଗଡରେ ପ୍ରସ୍ତୁତି ଶେଷ
Municipal Election: ବରଗଡରେ ପ୍ରସ୍ତୁତି ଶେଷ

ବରଗଡ: ପୌରପରିଷଦ ନିର୍ବାଚନ ପାଇଁ ବରଗଡରେ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ପ୍ରସ୍ତୁତି । ବରଗଡ ଜିଲ୍ଲାର 4 ଟି ସ୍ଥାନରେ ଗୁରୁବାର ପଡିବ ଭୋଟ । ବରପାଲି, ବିଜେପୁର ଏବଂ ପଦ୍ମପୁର NAC ରେ ମତଦାନ ହେବାକୁ ଥିବାବେଳେ ବରଗଡ ପୌରପରିଷଦରେ ମଧ୍ୟ ନିର୍ବାଚନ ହେବ ।

Municipal Election: ବରଗଡରେ ପ୍ରସ୍ତୁତି ଶେଷ

ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଶେଷ ହୋଇଯାଇଛି ସମସ୍ତ ପ୍ରସ୍ତୁତି । ବରଗଡ ପୌରପରିଷଦରେ 74 ଟି ବୁଥ ରହି ଥିବାବେଳେ ବରପାଲିରେ 19, ବିଜେପୁରରେ 11 ଓ ପଦ୍ମପୁରରେ 17 ଟି ବୁଥ ରହିଛି । ମତଦାନ ପାଇଁ ସମୁଦାୟ 121 ଟି ବୁଥର ଆୟୋଜନ କରାଯାଇଛି । ସେଥି ମଧ୍ୟରୁ 43 ଟି ବୁଥ ସମ୍ବେଦନଶୀଳ ରହି ଥିବାବେଳେ 4 ଗୋଟି ବୁଥ ଅତି ସମ୍ବେଦନଶୀଳ ରହିଥିବା ପୋଲିସ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।


ନିର୍ବାଚନ ପାଇଁ ଉଭୟ ପୋଲିସ ବିଭାଗ ଓ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବାବେଳେ ବ୍ୟାପକ ପୋଲିସ ମୃତୟନ କରାଯାଇଛି । 7 ଟି ବୁଥକୁ ନେଇ ଗୋଟିଏ ଲେଖାଏଁ ମୋବାଇଲ ପାଟ୍ରୋଲିଂ ଟିମ କରାଯାଇଛି । ସମସ୍ତ ବୁଥରେ ସକାଳ 7 ଟାରେ ମକ ପୋଲିଂ ଆରମ୍ଭ କରାଯିବ ଏବଂ ପରେ ସକାଳ 8 ଟା ସମୟରେ ଭୋଟିିଂ ଆରମ୍ଭ ହେବ । ବରଗଡ ପୌର ପରିଷଦରେ 3 ଟି ପିଙ୍କ୍ ବୁଥର ବ୍ୟବସ୍ଥା କରାଯାଇ ଥିବାବେଳେ ସମସ୍ତ ପିଙ୍କ୍ ବୁଥରେ କେବଳ ମହିଳା କର୍ମଚାରୀମାନଙ୍କୁ ହିଁ ନିଯୋଜିତ କରାଯାଇଛି ।


ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ABOUT THE AUTHOR

...view details