ଓଡିଶା

odisha

ETV Bharat / state

ଡାକ୍ତରଙ୍କ ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ, ସମ୍ପର୍କୀୟଙ୍କ ଉତ୍ତେଜନା - patient death

ବରଗଡ଼ ୧୩ ନମ୍ବର ୱାର୍ଡ ବାଲିଟିକିରାର ଚୈତନ୍ୟ ବେହେରା ନାମକ ଜଣେ ୫୨ ବର୍ଷର ବ୍ୟକ୍ତିଙ୍କର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେବା ଅବସ୍ଥାରେ ମୃତ୍ୟୁ ଘଟିଛି । ଏନେଇ ମୃତକଙ୍କ ପରିବାର ଲୋକେ ଡାକ୍ତରଙ୍କ ଅବହେଳା ହୋଇଥିବା ଅଭିଯୋଗ ଆଣି ଉତ୍ତେଜନା ସୃଷ୍ଟି କରିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବରଗଡ଼

By

Published : Jun 27, 2019, 11:17 AM IST

ବରଗଡ଼: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତରଙ୍କ ଅବହେଳା ଯୋଗୁଁ ରୋଗୀର ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । ଏନେଇ ବୁଧବାର ରାତି ୯ଟାରୁ ବରଗଡ଼ ଡାକ୍ତରଖାନାରେ ଲାଗି ରହିଛି ଚାପା ଉତ୍ତେଜନା ।
ଜିଲ୍ଲା ୧୩ ନମ୍ବର ୱାର୍ଡ ବାଲିଟିକିରାର ଚୈତନ୍ୟ ବେହେରା ନାମକ ଜଣେ ୫୨ ବର୍ଷର ବ୍ୟକ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସକାଳେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିଲେ । ପରେ ତାଙ୍କର ମୃତ୍ୟୁ ଘଟିଛି । ଏନେଇ ଉତ୍ତେଜନା ଲାଗିରହିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବରଗଡ଼

ସୂଚନା ଅନୁସାରେ ଚୈତନ୍ୟଙ୍କୁ ଅତ୍ୟଧିକ ଝାଡା ହେଉଥିବାରୁ ପରିବାର ଲୋକେ ତାଙ୍କୁ ଡାକ୍ତରଖାନାରେ ଚିକିତ୍ସିତ କରାଉଥିଲେ । ରାତି ପାଖାପାଖି ୯ଟାରେ ଚୈତନ୍ୟଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡିବାରୁ ପରିବାର ଲୋକେ ଏମର୍ଜେନ୍ସିରେ ଥିବା ଡାକ୍ତରଙ୍କୁ ଡ଼ାକିଥିଲେ ହେଲେ ଡ଼ାକ୍ତର ଜଣକ ଅବହେଳା ମନୋଭାବ ରଖି ରୋଗୀ ନିକଟକୁ ଆସିନଥିଲେ । ଫଳରେ ସଙ୍ଗେ ସଙ୍ଗେ ଚୈତନ୍ୟଙ୍କର ମୃତ୍ୟୁ ଘଟିଥିଲା ।

ତେବେ ଡାକ୍ତରଙ୍କ ଅବହେଳା କାରଣରୁ ଚୈତନ୍ୟଙ୍କ ଜୀବନ ଚାଲିଯାଇଥିବା ଅଭିଯୋଗ ଆଣି ଡାକ୍ତରଖାନାରେ ମୃତ ଚୈତନ୍ୟଙ୍କର ପରିବାର ଲୋକେ ଉତ୍ୟକ୍ତ ହୋଇ ଉକ୍ତ ଡାକ୍ତରଙ୍କୁ ଖୋଜି ବୁଲିଥିଲେ । ତେବେ ଡାକ୍ତରଖାନାରେ ବଢି ଚାଲିଥିବା ଉତ୍ତେଜନାକୁ ଆଖିଆଗରେ ରଖି ପୋଲିସ ପକ୍ଷରୁ ଡାକ୍ତରଖାନାରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କଲାପରେ ମଧ୍ୟ ଲୋକେ ବୁଝିବାକୁ ନାରାଜ ଥିଲେ । ସେପଟେ ରାତ୍ରି ୧୨ ଟା ୩୦ ମିନିଟ ପର୍ଯ୍ୟନ୍ତ ଉତ୍ତେଜନା ଲାଗି ରହିଥିଲା ।

ବରଗଡ଼ରୁ ରାଜେଶ ସରାପ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details